ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ, ଗ୍ରୀସ୍‌ : ୧୪ ମୃତ, ୨୦୦ ଆହତ, କ୍ଷୁଦ୍ର ସୁନାମି ଯୋଗୁଁ ଆତଙ୍କ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ତୁର୍କୀ

ଇସ୍ତା‌ନବୁଲ୍ : ତୁର୍କୀର ଏଜିୟନ୍‌ ଉପକୂଳରେ ଆଜି ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପରେ ତୁର୍କୀ ଏବଂ ଗ୍ରୀସ୍‌ର ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଶହରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ପ୍ରଭାବରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି। ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏଜିୟନ ସାଗରରେ ଆସିଥିବା ଏହି ଭୂକମ୍ପର ଗଭୀରତା ୧୬.୫ କିଲୋମିଟର ରହିଥିଲା। ମୃତାହତଙ୍କ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଗ୍ରୀସ୍‌ର ସାମୋସ ସହର ଏବଂ ତୁର୍କୀର ଇଜ୍‌ମୀର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୂକମ୍ପ ପରେ ଆସିଥିବା ଏକ କ୍ଷୁଦ୍ର ସୁନାମି ସାମୋସ ସହରବାସୀଙ୍କ ପାଇଁ ଆତଙ୍କର କାରଣ ପାଲଟିଥିଲା। ତେବେ ସୁନାମିରେ କୌଣସି କ୍ଷୟକ୍ଷତି ହୋଇନଥିବା ରିପୋର୍ଟ ମିଳିଛି। ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହେବାମାତ୍ରେ ଲୋକେ ଭୟରେ ଘର ଛାଡ଼ି ବାହାରକୁ ପଳାଇ ଆସିଥିଲେ ଏବଂ ତଟବର୍ତ୍ତୀ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

Share Now:

Kalinga News Beuro

Next Post

ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ : ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ

Sat Oct 31 , 2020
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌‌ ଆଜି ଜାରି ହୋଇଛି। ନଭେମ୍ବର ପାଇଁ ଏହି ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଏସଓପି ଅନୁସାରେ ସ୍କୁଲ୍‌ ଖୋଲିବାକୁ […]
ଆସିଲା ଅନ୍‌ଲକ୍‌-୬ ଗାଇଡ୍‌ଲାଇନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial