କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ: ୪୬ନାବାଳିକାଙ୍କ ସମେତ ୫୩ଜଣଙ୍କର ମୃତ୍ୟୁ

କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ

କାବୁଲ: କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ। ଚାଲିଗଲା ୪୬ନାବାଳିକାଙ୍କ ସମେତ ୫୩ଜଣଙ୍କର ଜୀବନ।ହୋଇଥିବା ବୋମା ବିସ୍ଫୋରଣରେ ଆଫଗାନିସ୍ତାନ ପୁଣି ଥରେ କମ୍ପିବା ସହ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ ପଶ୍ଚିମ କାବୁଲର ଶାହିଦ ମାଜ୍ରି ରୋଡରେ ଥିବା ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୫୩ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୪୬ଜଣ ନାବାଳିକା ଏବଂ ମହିଳା ମଧ୍ୟ ଅଛନ୍ତି। ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ନ୍ୟୁଜ୍ ଏଜେନ୍ସି ଏଏଫପି ମିଳିତ ଜାତିସଂଘ ଉଦ୍ଦେଶ୍ୟରେ କହିଛି ଯେ, କାବୁଲର ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ସେପ୍ଟେମ୍ବର ୩୦ରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଏହି ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ସୂଚନାରୁ ଜଣାପଡିଥିଲା ଯେ ଏହି ଆତ୍ମଘାତୀ ଆକ୍ରମଣରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ପରେ ଏହି ଆକ୍ରମଣରେ ୫୩ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏଥିରେ ୪୬ଜଣ ନାବାଳିକା ଏବଂ ମହିଳା ଥିବା ବେଳେ ଏହି ଆକ୍ରମଣରେ ପ୍ରାୟ ୧୧୦ଜଣ ଆହତ ହୋଇଥିବା କୁହାଯାଉଛି।

Share Now:

Kalinga News Beuro

Next Post

ସାବରମତି ଆଶ୍ରମରେ ଚରଖା ଚଳାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Mon Oct 3 , 2022
ଅହମଦାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ହେବା ପରେ ଗୁଜରାଟକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏହି ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଅହମଦାବାଦରେ ସାବରମତି ଗାନ୍ଧୀ ଆଶ୍ରମରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଚରଖା ଚଳାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର […]
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial