ପ୍ୟାରିସ୍‌ରେ ଛୁରାରେ ଆକ୍ରମଣ କରି ୭ଜଣଙ୍କୁ ଆହତ କରିଥିବା ଆଫଗାନ ବ୍ୟକ୍ତି ଗିରଫ

ପ୍ୟାରିସ୍‌: ଛୁରି ଏବଂ ଲୁହାଛଡ଼ ଧରି ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ରବିବାର ଦିନ ପ୍ୟାରିସ୍‌ରେ ଦୁଇ ବ୍ରିଟିସ୍‌ ପର୍ଯ୍ୟଟକଙ୍କ ସମତେ ୭ ଜଣ ବ୍ୟକ୍ତି ଆହତ ହୋଇଥିବା କଥା ପୁଲିସ ଏବଂ ଅନ୍ୟାନ୍ୟ ସୂତ୍ରରୁ ଜଣାପଡ଼ିଛି। ତଦନ୍ତକାରୀଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେ ଜଣେ ଆଫଗାନୀ ଲୋକ ବୋଲି ବିଶ୍ୱାସ କରାଯାଉଛି। ଏବେ ଏହି ଅତର୍କିତ ଆକ୍ରମଣ ଆତଙ୍କବାଦୀଙ୍କ ଆକ୍ରମଣ ଭଳି ଜଣାପଡୁ ନାହିଁ। ଆକ୍ରମଣକାରୀ ଅଜ୍ଞାତ ଲୋକଙ୍କୁ ଆକ୍ରମଣ କରିଛି। ଆହତ ସାତ ଜଣଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ସାଙ୍ଘାତିକ ଥିବା କଥା ପୁଲିସ କହିଛି। ରାତି ୧୧ଟା ପରେ ରାଜଧାନୀର ଉତ୍ତରପୂର୍ବାଞ୍ଚଳରେ ଥିବା ଏକ କେନାଲ୍‌ କୂଳରେ ଘଟନାଟି ଘଟିଥିବା ପ୍ରକାଶ।
ଡି ଇ’ଓର୍‌କ୍‌ କେନାଲ୍‌ ଉଭୟ ପାର୍ଶ୍ୱର ଥିବା ଦୁଇଟି ସିନେମା ହଲ୍‌ ମଧ୍ୟରୁ ଗୋଟିକର ସିକ୍ୟୁରିଟି ଗାର୍ଡ କହିଛନ୍ତି ଯେ ଲୋକମାନଙ୍କୁ ଅତର୍କିତ ଆକ୍ରମଣ କରି ସାରି ଥିବା ବ୍ୟକ୍ତିଜଣକୁ ଅଟକାଇବା ପାଇଁ ଅନ୍ୟ ଦୁଇଜଣ ବ୍ୟକ୍ତି ଗୋଡ଼ାଉଥିଲେ। ସେ ଧରିଥିବା ଲୁହାଛଡ଼ଟିକୁ ଗୋଡ଼ାଉ ଥିବା ଲୋକଙ୍କ ଉପରକୁ ଫିଙ୍ଗି, ଛୁରି ବାହାର କରିଥିଲା। ବିଚାର ବିଭାଗୀୟ ସୂତ୍ରରୁ ପ୍ରକାଶ, ଏହି ହତ୍ୟା ଉଦ୍ୟମ ଘଟନାର ପୁଲିସ ତଦନ୍ତ ଆରମ୍ଭ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶୀରେ ମାଟିର କଥା, ସରିଲା ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ’

Mon Sep 10 , 2018
ସଚ୍ଚି ଦାସ, ଲିଙ୍ଗରାଜ ବେହେରାଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ଭୁବନେଶ୍ୱର: ‘ସୃଜନ’ ପକ୍ଷରୁ ଆୟୋଜିତ ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଅନ୍ତିମ ସଂଧ୍ୟା। ଚଳିତ ବର୍ଷ ନାଟ୍ୟ ନିର୍ଦେଶକ ସଚ୍ଚି ଦାସ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ପ୍ରଦାନ କରାଯାଇଛି। ଓଡ଼ିଶୀ ନୃତ୍ୟରେ ସୋନାଲି ମହାପାତ୍ର, ସୁବିକାଶ ମୁଖାର୍ଜୀ, କଥକ ନୃତ୍ୟରେ ସ୍ୱାତୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial