ସଂସଦରେ ଗର୍ଭବତୀ ସାଂସଦଙ୍କୁ ଚୁଟି ଟାଣି ପିଟି‌ଲେ ବିରୋଧୀ

Senegal

ସେନେଗଲ: କୌଣସି ଦେଶର ସଂସଦରେ ନେତାଙ୍କୁ ପରସ୍ପର ସହିତ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ସଂସଦରେ ମାଡ଼ପିଟା ହେବା ଘଟଣା କ୍ବଚିତ ଘଟିଥାଏ। ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଆଫ୍ରିକୀୟ ଦେଶ ସେନେଗଲରୁ ସାମ୍ନାକୁ ଆସିଛି। ଏଠାରେ ଥିବା ସଂସଦରେ ଜଣେ ପୁରୁଷ ସାଂସଦ ଅନ୍ୟ ଜଣେ ମହିଳା ସାଂସଦଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳୁଛି। ଏହି ଘଟଣାରେ ରାଗି ଯାଇ ମହିଳା ସାଂସଦ ଜଣକ ନେତାଙ୍କ ଉପରକୁ ଚୌକି ଫିଙ୍ଗିଥିବା ବି ନଜରକୁ ଆସିଛି। ଦୁଇନେତାଙ୍କ ଏଭଳି ଲଢ଼େଇର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ସଂସଦରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ସୂଚନା ଅନୁସାରେ ସାଂସଦ ଏମି ନାଦିୟେ ଗନିବି ଓ ବିରୋଧୀ ଦଳର ସାଂସଦ ମସ୍ସାତା ସାମ୍ବଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି ଝଗଡ଼ା ଏତେ ବଢ଼ି ଯାଇଥିଲା କି ମସ୍ସାତା ନିଜ ଚୌକିରୁ ଉଠି ସିଧା ମହିଳା ସାଂସଦଙ୍କ ପାଖକୁ ଆସି ଚାପୁଡ଼ାଟେ ପକାଇଥି‌ଲେ।
ଚାପୁଡ଼ା ଖାଇବା ପରେ ମହିଳା ସାଂସଦ ରାଗି ଯାଇ ବିରୋଧୀ ଦଳର ସାଂସଦଙ୍କ ଉପରକୁ ଚୌକି ଫିଙ୍ଗିଥିଲେ। ଏଭଳି ସମୟରେ ସଂସଦରେ ଉପସ୍ଥିତ ଥିବା ଲୋକେ ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ମହିଳା ସାଂସଦ ଗର୍ଭବତୀ ଥିଲେ। ଏଭଳି ଘଟଣା ପରେ ତାଙ୍କ ଅବସ୍ଥା କିପରି ଅଛି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

Share Now:

Kalinga News Beuro

Next Post

ଯଦି କଶ୍ମୀରରେ କୌଣସି ହିନ୍ଦୁଙ୍କୁ ଟାର୍ଗେଟ କରାଯାଏ, ତାହେଲେ ଲାପିଦ-ମେହବୁବା ଦାୟୀ ରହିବେ: ବିବେକ ଅଗ୍ନିହୋତ୍ରୀ

Mon Dec 5 , 2022
ନୂଆଦିଲ୍ଲୀ: ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଇସ୍ରାଏଲ୍‌ର ସିନେ ନିର୍ମାତା ତଥା ଇଣ୍ଟର୍‌ନେସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଇନ୍‌ ଇଣ୍ଡିଆ (ଇଫି)ର ଜୁରି ହେଡ୍‌ ନଦବ ଲାପିଡଙ୍କ ବୟାନକୁ ନେଇ ଏବେ ଭାରତରେ ଝଡ଼ ସୃଷ୍ଟି ହୋଇଛି। କିଛି ନଦବଙ୍କୁ ସମର୍ଥନ କରୁଥିବା ବେଳେ କିଛି ତାଙ୍କ ବୟାନକୁ ବିରୋଧ କରୁଛନ୍ତି। ଟ୍ୱିଟ ଜରିଆରେ ନିଜର ପ୍ରତିକ୍ରିୟା ରଖୁଥିବା ଫିଲ୍ମ ନିର୍ମାତା ତଥା ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ […]
ବିବେକ ଅଗ୍ନିହୋତ୍ରୀ-2

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial