ୟୁକ୍ରେନର ଡାନୁବ ବନ୍ଦର ଉପରେ ଡ୍ରୋନ ଆକ୍ରମଣ କଲା ରୁଷ୍

ୟୁକ୍ରେନର ଡାନୁବ ବନ୍ଦର ଉପରେ ଡ୍ରୋନ ମାଧ୍ୟମରେ ଆକ୍ରମଣ

ମସ୍କୋ : କୃଷ୍ଣ ସାଗରରେ ଥିବା ୟୁକ୍ରେନର ଡାନୁବ ବନ୍ଦର ଉପରେ ଭୟଙ୍କର ଡ୍ରୋନ ଆକ୍ରମଣ କରିଛି ରୁଷିଆ। ରୁଷ ସେନା ଏକାସାଙ୍ଗରେ ୨୫ଟି ଡ୍ରୋନ୍ ମାଧ୍ୟମରେ ୟୁକ୍ରେନ ବନ୍ଦରକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଡାନୁବ ବନ୍ଦର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ସମୟରେ ୨ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣ ପରେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ୍ସ (ଟ୍ୱିଟର) ଉପରେ ଡ୍ରୋନ ଆକ୍ରମଣର ଫଟୋ ସେୟାର କରିଛି । ୟୁକ୍ରେନ ଲେଖିଛି, “ଆଜି ପୁଣି ଥରେ ରୁଷୀୟ ଆତଙ୍କବାଦୀମାନେ ୟୁକ୍ରେନର ବନ୍ଦର ଭିତ୍ତିଭୂମି ଉପରେ ଆକ୍ରମଣ କରିଛନ୍ତି। ଏହି ସମୟରେ ୟୁକ୍ରେନ ୨୫ଟି ସହିଦ-୧୩୬/୧୩୧ ଲଢୁଆ ଡ୍ରୋନ ସହ ବନ୍ଦର ଉପରେ ଆକ୍ରମଣ କରିଥିଲା। କିନ୍ତୁ ଏହି ଡ୍ରୋନ୍ ମଧ୍ୟରୁ ୨୨ଟିକୁ ଖସାଇ ଦିଆଯାଇଥିଲା। ଆକ୍ରମଣ ପରେ ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିବା ୟୁକ୍ରେନ ଦାବି କରିଛି। ଦୁର୍ଭାଗ୍ୟବଶତଃ ବନ୍ଦରର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି।“ ଏହି ଡାନୁବ ବନ୍ଦର ମାଧ୍ୟମରେ ୟୁକ୍ରେନରୁ ବିଭିନ୍ନ ଦେଶକୁ ଶସ୍ୟ ରପ୍ତାନି ହୋଇଥାଏ। ଏଣୁ ରୁଷ ଡାନୁବ ବନ୍ଦରକୁ ଟାର୍ଗେଟ କରିଛି। ଓଡେସା ବନ୍ଦର ଉପରେ ମଧ୍ୟ ରାତି ସାରା ଆକ୍ରମଣ ଜାରି ରହିଥିଲା। ୟୁକ୍ରେନର ବାୟୁସେନା ରବିବାର ସକାଳେ କହିଛି ଯେ ଦକ୍ଷିଣ ଓଡେସା ଅଞ୍ଚଳରେ ରାତିସାରା ଆକ୍ରମଣ କରି ସେମାନେ ୨୨ଟି ରୁଷୀୟ ଡ୍ରୋନ୍ ନଷ୍ଟ କରିଛନ୍ତି। ତେବେ ଅନ୍ୟ ୩ଟି ଡ୍ରୋନ୍ ସେମାନଙ୍କ ଟାର୍ଗେଟକୁ ଭେଦ କରି ଡାନୁବ ନଦୀର ବନ୍ଦର ଭିତ୍ତିଭୂମି କ୍ଷତିଗ୍ରସ୍ତ କରିବା ସହ ଅତି କମରେ ୨ ଜଣ ଆହତ ହୋଇଛନ୍ତି।

Share Now:

Kalinga News Beuro

Next Post

ଟର୍ଚ୍ଚ ଲାଇଟ୍‌ରେ ରୋଗୀଙ୍କ ଅସ୍ତ୍ରୋପଚାର କଲେ ଡାକ୍ତର

Sun Sep 3 , 2023
ପାର୍ବତୀପୁରମ୍‌: ଆନ୍ଧ୍ରପ୍ରଦେଶର କୁରୁପମ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରମାନଙ୍କୁ ମୋବାଇଲ୍‌ ଫୋନ୍‌ର ଫ୍ଲାସ୍‌ ଲାଇଟ୍‌ ବ୍ୟବହାର କରି ଦୁଇ ଜଣ ରୋଗୀଙ୍କ ଅସ୍ତ୍ରୋପଚାର କରିବାକୁ ପଡ଼ିଛି। ରିପୋର୍ଟରୁ ପ୍ରକାଶ, ଶନିବାର ସନ୍ଧ୍ୟାରେ ଏକ ଅଟୋ ବ୍ରେକ୍‌ ଫେଲ୍‌ ହୋଇ ଓଲଟି ପଡ଼ିବାରୁ ଘଟିଥିବା ଏକ ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ। ଅଟୋରେ ଥିବା ୮ ଜଣ ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣା […]
ଟର୍ଚ୍ଚ ଲାଇଟ୍‌ରେ ରୋଗୀଙ୍କ ଅସ୍ତ୍ରୋପଚାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial