ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ : ଗୋଟିଏ ଦିନରେ ମାଡ଼କଲା ୧୨୦ଟି କ୍ଷେପଣାସ୍ତ୍ର

ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ଆକ୍ରମଣ

କିବ୍ : ଶାନ୍ତି ଆଲୋଚନା ପାଇଁ ଉଭୟ ୟୁକ୍ରେନ ଓ ରୁଷ ପ୍ରସ୍ତୁତ ଥିବା କହୁଥିବାବେଳେ ଯୁଦ୍ଧର ତୀବ୍ରତା କମୁନାହିଁ। ରୁଷ ପକ୍ଷରୁ ଗୁରୁବାରଦିନ ୟୁକ୍ରେନ ଉପରେ ଏକ ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଗୋଟିଏ ଦିନରେ ରାଜଧାନୀ କିବ୍ ସମେତ ଆଉ କେତେକ ସହର ଉପରେ ୧୨୦ଟି କ୍ଷେପଣାସ୍ତ୍ର ମାଡ କରାଯାଇଛି। ଏହା ଫଳରେ କିବ ସହରର ଅଧା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି। କିବ୍ ପରି ଖାରକିବ ଉପରେ ବି କ୍ଷେପଣାସ୍ତ୍ର ମାଡ କରାଯାଇଛି। ୟୁ୍କ୍ରେନର ବିଦ୍ୟୁତ ଭିତ୍ତିଭୂମିକୁ ଟାର୍ଗେଟ କରି ରୁଷ ସେନା ଏହି କ୍ଷେପଣାସ୍ତ୍ର ମାଡ କରୁଛି। ତେବେ ଗୁରୁବାର ହୋଇଥିବା ଏହି ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉଭୟ ଭୂମି ଓ ସମୁଦ୍ରରେ ଥିବା ଯୁଦ୍ଧ ଜାହାଜରୁ ଏସବୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଅନ୍ୟପକ୍ଷରେ ୟୁକ୍ରେନର ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅପରାହ୍ନ ସୁଦ୍ଧା ରୁଷ ପକ୍ଷରୁ ୬୯ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ୫୪ଟି କ୍ଷେପଣାସ୍ତ୍ରକୁ ୟୁକ୍ରେନର ବାୟୁ ସୁରକ୍ଷା ବାହିନୀ ଧ୍ୱଂସ କରିଦେଇଥିଲା। କିବ ଉପରକୁ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର ମଧ୍ୟରୁ ୧୬ଟିକୁ ଧ୍ୱଂସ କରାଯାଇଥିବାବେଳେ ଓଡେସା ଉପରେ ୨୧ ଟି କ୍ଷେପଣାସ୍ତ୍ରକୁ ଧ୍ୱଂସ କରାଯାଇଥିଲା।

Share Now:

Kalinga News Beuro

Next Post

ମାଓବାଦୀଙ୍କ ଲଙ୍କାକାଣ୍ଡ : କାମରେ ନିୟୋଜିତ ଗାଡି ପୋଡ଼ିଲେ

Thu Dec 29 , 2022
ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ପୁଣି ନକ୍ସଲଙ୍କ ଲଙ୍କାକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଶୁକମା ଜିଲ୍ଲାର ଭେଜି ଥାନା ନିକଟରେ ଏକ ଜେସିବି କୁ ଜାଳିଦେଲେ ମାଓବାଦୀ। କନ୍ୟାଶ୍ରମ ହଷ୍ଟେଲ ନିର୍ମାଣ ରେ ନିୟଜିତ ଥିଲା ଜେସିବି। ପୂର୍ବରୁ ମାଓବାଦୀ ବିଭିନ୍ନ ନିର୍ମାଣ କାର୍ଯ୍ୟ କୁ ବିରୋଧ କରି ଆସୁଥିଲେ। ତେବେ ଠିକାଦାର ଏହାକୁ ନ ମାନି ନିର୍ମାଣ କାର୍ଯ୍ୟ ଜାରି ରଖିଥିଲା। ତେଣୁ […]
କାମରେ ନିୟୋଜିତ ଗାଡି ପୋଡ଼ିଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial