ଅଢ଼େଇ କୋଟି ଟଙ୍କାରେ ନିଲାମ ହେଲା ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କ ‘ପେପ୍‌ସି’ ବିଜ୍ଞାପନ ଜ୍ୟାକେଟ୍‌

ଅଢ଼େଇ କୋଟି ଟଙ୍କାରେ ନିଲାମ ହେଲା ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କ ଜ୍ୟାକେଟ୍‌

ଲଣ୍ଡନ୍‌: ପ୍ରଖ୍ୟାତ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ ପିନ୍ଧୁଥିବା ଗୋଟାଏ କଳା-ଧଳା ଚମଡ଼ା ଜ୍ୟାକେଟ୍‌କୁ ସମ୍ପ୍ରତି ଲଣ୍ଡନ୍‌ରେ ୩୦୬,୦୦୦ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୨.୫ କୋଟି ଟଙ୍କାର ନିଲାମ ‌କରାଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ପ୍ରାୟ ୪୦ ବର୍ଷ ତଳେ ୧୯୮୪ ମସିହାରେ ‘ପେପ୍‌ସି’ର ଏକ ବିଜ୍ଞାପନରେ ଜ୍ୟାକ୍‌ସନ୍‌ ଏହି ଜ୍ୟାକେଟ୍‌ ପିନ୍ଧିଥିଲେ। ଲଣ୍ଡନ୍‌ରେ ଏହି ଜ୍ୟାକେଟ୍‌ ନିଲାମ ଚାଲିଥିବା ବେଳେ ତାଙ୍କର ବହୁ ପ୍ରଶଂସକ ଓ ତଥ୍ୟ ସଂଗ୍ରାହକ ସମବେତ ହୋଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ନିଲାମକାରୀ ‘ପ୍ରପ୍‌ଷ୍ଟୋର୍‌’ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କ ଜ୍ୟାକେଟ୍‌କୁ ନିଲାମ ତାଲିକାଭୁକ୍ତ କରିଥିଲା। ଏହାଛଡ଼ା, ଉକ୍ତ ନିଲାମରେ ଅନ୍ୟାନ୍ୟ ସଙ୍ଗୀତଜ୍ଞମାନଙ୍କ ସହିତ ସମ୍ପୃକ୍ତି ଥିବା ୨୦୦ଟି ସଙ୍ଗୀତ ସ୍ମାରକୀ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ସେଗୁଡ଼ିକ ମଧ୍ୟରେ ଥିଲା, ଏମି ୱାଇନ୍‌ହାଉସ୍‌ଙ୍କ ‘ହେୟାର୍‌ପିସ୍‌’,ଜର୍ଜ ମାଇକେଲ୍‌ଙ୍କ ‘ଜ୍ୟାକେଟ୍‌’ ଇତ୍ୟାଦି।
୧୯୮୪ରେ ପ୍ରଥମ ସିରିଜ୍‌ ‘ପେପ୍‌ସି’ ବିଜ୍ଞାପନ ସୁଟିଙ୍ଗ୍‌ ବେଳେ ଜ୍ୟାକ୍‌ସନ୍‌ ଉକ୍ତ କଳା-ଧଳା ଚମଡ଼ା ଜ୍ୟାକେଟ୍‌ ପିନ୍ଧିଥିଲେ। ଉଲ୍ଲେଖଯୋଗ୍ୟ, ୧୯୮୪ରେ ଜ୍ୟାକ୍‌ସନ୍‌ ‘ପେପ୍‌ସି’ର ଅନ୍ୟ ବିଜ୍ଞାପନ ସୁଟିଙ୍ଗ୍‌ କରୁଥିବା ବେଳେ ତାଙ୍କ କେଶରେ ନିଆଁ ଲାଗିଯାଇଥିଲା। ଫଳରେ ପୋଡ଼ିଯାଇ ଜ୍ୟାକ୍‌ସନ୍‌ ସାଙ୍ଘାତିକ ଆହତ ହୋଇଥିଲେ। କିନ୍ତୁ, ସେତେବେଳେ ସେ ଆଉ ଗୋଟାଏ ଜ୍ୟାକେଟ୍‌ ପିନ୍ଧିଥିଲେ। ୨୦୦୯ରେ ୫୦ ବର୍ଷ ବୟସ ହୋଇଥିବା ବେଳେ ‘କିଙ୍ଗ୍‌ ଅଫ୍‌ ପପ୍‌’ ଭାବେ ବିବେଚିତ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କର ‘ଏକ୍ୟୁଟ୍‌ ପ୍ରୋପୋଫୋଲ୍‌ ଇଣ୍ଟୋକ୍ସିକେସନ୍‌’ (ନିଶା ଦ୍ରବ୍ୟ) ବ୍ୟବହାରଜନିତ ହୃଦ୍‌ଘାତ କାରଣରୁ ମୃତ୍ୟୁ ଘଟିଥିଲା।

Share Now:

Kalinga News Beuro

Next Post

ନିଜ ଜାତିରେ ବାହା ହେବାକୁ ଝିଅମାନଙ୍କୁ ‘ଶପଥ’ କରାଇଲେ ‘ଡିଏମ୍‌କେ’ ସହଯୋଗୀ ଦଳର ନେତା

Tue Nov 14 , 2023
ଚେନ୍ନାଇ: ସ୍ବ-ଜାତି ବା ଆପଣା ସମ୍ପ୍ରଦାୟରେ ବିବାହ କରିବା ଲାଗି ତାମିଲନାଡୁର ଶାସକ ‘ଡିଏମ୍‌କେ’ର ଅନ୍ୟତମ ସହଯୋଗୀ ଦଳ ‘କୋଙ୍ଗୁ ନାଡୁ ମକ୍କଲ ଦେଶୀୟା କାତ୍‌ଚି’ର କୋଷାଧ୍ୟକ୍ଷ କେ.କେ.ସି. ବାଲୁ ଦଳେ ଝିଅଙ୍କୁ ‘ଶପଥ’ କରାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି। ଏହି ଶପଥ ଗ୍ରହଣର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖାଯାଉଛି ସାମ୍ନାକୁ ହାତ ଉଠାଇ ରଖି, କେ.କେ.ସି. ବାଲୁଙ୍କ ଉପସ୍ଥିତିରେ ଝିଅମାନେ କହୁଛନ୍ତି, ଏହା […]
ଜାତିରେ ବାହା ହେବାକୁ ଝିଅମାନଙ୍କୁ ‘ଶପଥ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial