ନିଜ ଜାତିରେ ବାହା ହେବାକୁ ଝିଅମାନଙ୍କୁ ‘ଶପଥ’ କରାଇଲେ ‘ଡିଏମ୍‌କେ’ ସହଯୋଗୀ ଦଳର ନେତା

ଜାତିରେ ବାହା ହେବାକୁ ଝିଅମାନଙ୍କୁ ‘ଶପଥ’


ଚେନ୍ନାଇ: ସ୍ବ-ଜାତି ବା ଆପଣା ସମ୍ପ୍ରଦାୟରେ ବିବାହ କରିବା ଲାଗି ତାମିଲନାଡୁର ଶାସକ ‘ଡିଏମ୍‌କେ’ର ଅନ୍ୟତମ ସହଯୋଗୀ ଦଳ ‘କୋଙ୍ଗୁ ନାଡୁ ମକ୍କଲ ଦେଶୀୟା କାତ୍‌ଚି’ର କୋଷାଧ୍ୟକ୍ଷ କେ.କେ.ସି. ବାଲୁ ଦଳେ ଝିଅଙ୍କୁ ‘ଶପଥ’ କରାଇଥିବା ଗୋଟାଏ ଭିଡିଓରେ ଦେଖାଯାଉଛି। ଏହି ଶପଥ ଗ୍ରହଣର ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। ଭିଡିଓରେ ଦେଖାଯାଉଛି ସାମ୍ନାକୁ ହାତ ଉଠାଇ ରଖି, କେ.କେ.ସି. ବାଲୁଙ୍କ ଉପସ୍ଥିତିରେ ଝିଅମାନେ କହୁଛନ୍ତି, ଏହା ଏକ ଶପଥ! ଏହା ଏକ ଶପଥ! ଚିନ୍ନାମଲାଇଙ୍କ ନାମରେ ଶପଥ କରୁଛୁ ଯେ, ଆମେ ‘ଗାଉଣ୍ଡର୍‌’ ଘରର ପୁଅକୁ ବାହା ହେବୁ।
ସୂଚନାଯୋଗ୍ୟ, ତାମିଲନାଡୁର ପଶ୍ଚିମାଞ୍ଚଳ ଜିଲ୍ଲାରେ ‘ଗାଉଣ୍ଡର୍‌’ ସମ୍ପ୍ରଦାୟର ପ୍ରାଧାନ୍ୟ ରହିଛି।
ଭାଇରାଲ୍‌ ହେଉଥିବା ଉକ୍ତ ଭିଡିଓରେ ଆହୁରି ମଧ୍ୟ ଦେଖାଯାଉଛି ଯେ, ପାରମ୍ପରିକ ନୃତ୍ୟ ପରିବେଶଣ କରିଥିବା ଉକ୍ତ ଝିଅମାନଙ୍କୁ କେ. କେ. ସି. ବାଲୁ ସମ୍ମାନିତ କରୁଛନ୍ତି। ଉପସ୍ଥିତ ଝିଅମାନେ ‘ୱାଲ୍ଲି କୁମ୍ମି’ ନୃତ୍ୟ ପରିବେଶଣ କରିଥିଲେ। ଏହି ନୃତ୍ୟକୁ ସାଧାରଣତଃ ପଶ୍ଚିମ ତାମିଲନାଡୁରେ ‘ଗାଉଣ୍ଡର୍‌’ମାନଙ୍କର ପାରମ୍ପରିକ ନୃତ୍ୟ ଭାବେ ବିବେଚନା କରାଯାଏ। ତିରୁପ୍ପୁର, କୋଇମ୍ବାଟୁର୍‌, ଏରୋଡ୍‌, ସାଲେମ୍‌ ଓ ନମକ୍କଲ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିବା ଗାଉଣ୍ଡର୍‌ ସମ୍ପ୍ରଦାୟ ଓ ଦଳିତମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି। ମୁଖ୍ୟତଃ, ଅଜାତି ବାହାଘର ଏହି ବିରୋଧାଚରଣ ବା ବିବାଦର କାରଣ ବୋଲି ମନେହେଉଛି। ବହୁସଂଖ୍ୟକ ‘ଗାଉଣ୍ଡର୍‌’ ଝିଅ ଦଳିତ ପୁଅଙ୍କ ପ୍ରେମରେ ପଡ଼ି ଘରୁ ପଳାଇ ଯାଉଥିବାରୁ ‘ଗାଉଣ୍ଡର୍‌’ ନେତାମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

Share Now:

Kalinga News Beuro

Next Post

ଆରମ୍ଭ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’: ଯୋଗଦେବେ ୨ ହଜାର ଛାତ୍ରଛାତ୍ରୀ

Tue Nov 14 , 2023
ମୁଖ୍ୟ ଆକର୍ଷଣ ସାଜିବ ‘ଆକାଂକ୍ଷୀ ପାଭିଲିୟନ୍‌ ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାରଠାରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହେବାକୁ ଯାଉଛି। ୧୬ ତାରିଖ ପର୍ଯ୍ୟନ୍ତ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତାର ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ। ତିନି ଦିନିଆ ମହୋତ୍ସବର […]
ଆଜିଠୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial