ଆଉ ନିର୍ବାଚନ ଲଢ଼ିବେନି ନରସିଂହ : ବଲାଙ୍ଗୀରରୁ ସାନପୁଅ ହେବେ କଂଗ୍ରେସ ପ୍ରାର୍ଥୀ

୨୦୨୪ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର-1

ବଲାଙ୍ଗୀର: ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ସ୍ଥାନରେ ସାନପୁଅ ସମରେନ୍ଦ୍ର ମିଶ୍ର କଂଗ୍ରେସ ଦଳରୁ ଲଢ଼ିବା ଆପାତଃତ ସ୍ଥିର ହୋଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏନେଇ ସେ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି। ସାଂପ୍ରତିକ ରାଜନୈତିକ ପ୍ରେକ୍ଷାପଟରେ ସମରେନ୍ଦ୍ର ହିଁ ଯୋଗ୍ୟ ପ୍ରାର୍ଥୀ ବୋଲି ସେ କହିଥିବା ବେଳେ ଦଳର ନିଷ୍ପତ୍ତି ଉପରେ ସେ ଏହାକୁ ଛାଡ଼ି ଦେଇଛନ୍ତି।
ସୂଚନାଯୋଗ୍ୟ, ସମରେନ୍ଦ୍ର ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ସଂପ୍ରତି ସମରେନ୍ଦ୍ର ଏଆଇସିସି ସଦସ୍ୟ ମଧ୍ୟ ଅଛନ୍ତି। ଗତକାଲି (ଶନିବାର) କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସମରେନ୍ଦ୍ର ମଧ୍ୟ ସେ କେବଳ କଂଗ୍ରେସ ଦଳରୁ ହିଁ ବଲାଙ୍ଗୀର ବିଧାନସଭା ଆସନରୁ ପ୍ରତିଦ୍ଵନ୍ଦିତା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଛଲି ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ ବିଧାୟକ ଶ୍ରୀ ମିଶ୍ର ତାଙ୍କର ସ୍ୱାସ୍ଥ୍ୟଗତ କାରଣରୁ ଯଦିଓ ର୍ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି ତେବେ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି। ଆଜି କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମରେ ସମରେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା। ସେ ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ଘରକୁ ଘର ବୁଲି ଜନସାଧାରଣଙ୍କ ସହିତ ସାକ୍ଷାତ ଆଲୋଚନା କରିବା ସହିତ କଂଗ୍ରେସ କର୍ମୀମାନଙ୍କୁ ମଧ୍ୟ ମିଶିଥିବା ଦେଖା ଯାଇଥିଲା।

Share Now:

Kalinga News Beuro

Next Post

ରାଜଧାନୀରେ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ରାତିଅଧିଆ ଚଢ଼ଉ

Sun Oct 15 , 2023
ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡ଼ିକ ଉପରେ ଚଢ଼ଉ କରିଛି କମିଶନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ୍। ରାଜଧାନୀର କଟକ ରୋଡ୍, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ପଟିଆ ଇନଫୋସିଟିର ଅଞ୍ଚଳର ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢ଼ଉ କରାଯାଇଛି।ରାତି ସାଢ଼େ ଗୋଟାଏ ଯାଏ […]
ରାଜଧାନୀରେ ବାର୍ ଓ ପବ୍ ଉପରେ ରାତିଅଧିଆ ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial