ରାଜଧାନୀରେ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ରାତିଅଧିଆ ଚଢ଼ଉ

ରାଜଧାନୀରେ ବାର୍ ଓ ପବ୍ ଉପରେ ରାତିଅଧିଆ ଚଢ଼ଉ

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡ଼ିକ ଉପରେ ଚଢ଼ଉ କରିଛି କମିଶନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ୍। ରାଜଧାନୀର କଟକ ରୋଡ୍, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ପଟିଆ ଇନଫୋସିଟିର ଅଞ୍ଚଳର ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢ଼ଉ କରାଯାଇଛି।
ରାତି ସାଢ଼େ ଗୋଟାଏ ଯାଏ ଅନୁମତି ଥିଲେ ମଧ୍ୟ କେତେକ ପବ୍ ଓ ନାଇଟ୍ କ୍ଲବ ବେଆଇନ ଭାବେ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବା ଦେଖିବାକୁ ମିଳିଛି। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏସବୁ ରୋକିବାକୁ କମିଶନରେଟ ପୁଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଏନଫୋର୍ସମେଣ୍ଟ ଟିମ୍ ଦୈନିକ ବେଆଇନ ଭାବେ ବିଳମ୍ବିତ ରାତିଯାଏ ଚାଲୁଥିବା ବାର୍ ଓ ପବ୍ ଗୁଡ଼ିକ ଉପରେ ଚଢ଼ଉ କରୁଥିବା ଦେଖିବାକୁ ମିଳିଛି।

Share Now:

Kalinga News Beuro

Next Post

ହମାସ୍‌କୁ ଇସ୍ରା‌ଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ : ‌ଲ‌ଢ଼େଇରେ କୌଣସି ସୀମା ରହିବନି

Sun Oct 15 , 2023
ଗ୍ରାଉଣ୍ଡ୍‌ ଅପରେସନ ଆରମ୍ଭ, ହମାସ୍‌ ପୋଷ୍ଟ୍‌ ଉପରେ ସ୍ଥଳସେନାର ପ୍ରଚଣ୍ଡ ଆକ୍ରମଣ ତେଲ୍‌ ଅଭିଭ୍‌: ଗାଜା ଷ୍ଟ୍ରିପ୍‌ରେ ଇସ୍ରାଏଲ ସେନା ବିଶାଳ ସ୍ଥଳ ଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ନାଗରିକଙ୍କୁ ଗାଜା ଷ୍ଟ୍ରିପ୍‌ ଛାଡ଼ିବାପାଇଁ ୨୪ ଘଣ୍ଟାର ସମୟ ଦେଇଥିବା ଇସ୍ରାଏଲ ସେନା ଆଜି ଗାଜାରେ ଅନେକ ହମାସ୍‌ ପୋଷ୍ଟ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଇଛି। ସ୍ଥଳ କ୍ଷେତ୍ରରେ ଲଢ଼େଇ ଆରମ୍ଭ ହେବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ […]
ହମାସ୍‌କୁ ଇସ୍ରା‌ଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial