ରାଜଧାନୀରେ ଚାଞ୍ଚଲ୍ୟ : ଲକ୍ଷ୍ମୀସାଗର ଥାନା ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ

ଥାନା ନିକଟରେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁଲିସର ତନାଘନା, ଚାଲିଛି ପ୍ରମାଣ ଖୋଜା

ଭୁବନେଶ୍ବର : ଥାନା ନିକଟରେ ଜଣେ ମହିଳାଙ୍କୁ ଦୁଇଥର ଗଣଦୁଷ୍କର୍ମ କରାଯିବା ନେଇ ଅଭିଯୋଗ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୁଲିସ୍‌ ଏତଲା ରଖୁ ନଥିବାରୁ ପୀଡ଼ିତାଜଣଙ୍କ ପୁଲିସ୍‌ କମିସନର୍‌ଙ୍କ ଦ୍ବାରସ୍ଥ ହୋଇଛନ୍ତି। ପରେ ବାଧ୍ୟ ହୋଇ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। କିନ୍ତୁ ମାମଲା ରୁଜୁ ହେବାକୁ ୫ଦିନ ବିତି ଯାଇଥିଲେ ହେଁ ପୁଲିସକୁ ଏଯାଏ କୌଣସି ପ୍ରମାଣ ମିଳିପାରି ନାହିଁ। ମହିଳାଙ୍କ ବୟାନ ରେକର୍ଡ ସହ ଡାକ୍ତରୀମାଇନା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ମହିଳାଙ୍କ ଶ୍ବଶୁର ଘର ହଳଦୀପଡ଼ିଆ‌‌ରେ ଓ ବାପଘର ସାଲିଆସାହିରେ। ଗତ ୨୬ ତାରିଖ‌ରେ ସେ ବାପଘରୁ ହଳଦୀପଡ଼ିଆକୁ ଆସିଥିଲେ। ସନ୍ଧ୍ୟା ସମୟରେ ଚାଲିଚାଲି ଫେରୁଥିବା ବେଳେ ଚାରିଜଣ ଯୁବକ ଲକ୍ଷ୍ମୀସାଗର ଥାନା ନିକଟରେ କେନାଲ ରୋଡ୍‌କୁ ସଂଯୋଗ କରିଥିବା ରାସ୍ତାର ଏକ ସ୍ଥାନକୁ ତାଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀସାଗର ଅଞ୍ଚଳର ଗୁଣ୍ଡ ଲେଙ୍କା ଓ ତାଙ୍କର ତିନି ଜଣ ସହଯୋଗୀ ଏହି ଅପରାଧ ଘଟାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ପରଦିନ ଅର୍ଥାତ୍ ୨୭ ତାରିଖ ସକାଳେ ତିନି ଜଣ ସେହି ସ୍ଥାନରେ ପୁନର୍ବାର ଗଣଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ପରଦିନ ସକାଳେ ହୋଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମାନସ ମହାରଣା ଓ ତାଙ୍କର ଦୁଇ ସହଯୋଗୀ ରହିଥିବା ଅଭିଯୋଗ ହୋଇଛି। ଘଟଣା ଘଟିବା ପରେ ପୀଡ଼ିତା ପ୍ରଥମେ ଥାନାକୁ ଯାଇଥିଲେ। କିନ୍ତୁ ପୁଲିସ ଅଭିଯୋଗ ନ ରଖିବାରୁ ସେ ପୁଲିସ କମିସନରଙ୍କର ଦ୍ବାରସ୍ଥ ହୋଇଥିଲେ। ପୁଲିସ କମିସନରଙ୍କ ନିର୍ଦ୍ଦେଶ ଆସିବା ପରେ ଗତ ୧୬ତାରିଖରେ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଜାରି ରଖିଛି। ମହିଳାଙ୍କ ଶ୍ବଶୁରଘର, ଘଟଣାସ୍ଥଳ ଏବଂ ଅନ୍ୟ କିଛି ସ୍ଥାନକୁ ଯାଇ ପୁଲିସ ତଦନ୍ତ କରିଛି। ଏବେ ସୁଦ୍ଧା ପୁଲିସକୁ କୌଣସି ପ୍ରମାଣ ମିଳି ନ ଥିବାରୁ ଖୋଳତାଡ଼ ଚାଲିଛି। ଖୁବ୍‌ଶୀଘ୍ର ରହସ୍ୟ ଉନ୍ମୋଚନ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ଲମ୍ପଟ ବାପକୁ ଆଜୀବନ ଜେଲ୍: ୨୦ ହଜାର ଟଙ୍କା ଜରିମାନା

Sun Mar 21 , 2021
କଟକ: ୧୫ ବର୍ଷର ନାବାଳିକା ଝିଅ ସହିତ ଦୁଷର୍ମ କରି ଗର୍ଭବତୀ କରାଇବା ଅଭିଯୋଗରେ କଟକର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ସୂର୍ଯ୍ୟମଣି ବେହେରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ତାକୁ ୨୦ ହଜାର ଟଙ୍କା ଅର୍ଥ ଦଣ୍ତରେ ମଧ୍ୟ ଦଣ୍ତିତ କରାଯାଇଛି। ଏହି ମାମଲାର ତଦନ୍ତ ମହିଳା ଥାନା ଆଇଆଇସି ଅନସୂୟା ନାୟକ କରିଥିବା ବେଳେ ପୁଲିସର ସଠିକ ତଦନ୍ତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ […]
ଲମ୍ପଟ ବାପକୁ ଆଜୀବନ ଜେଲ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial