ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ : ୧୭ଟି ପ୍ଲଟ୍, ୫ଟି କୋଠା ଓ ଗୋଟିଏ ଫ୍ଲାଟ୍ ଠାବ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଘରୁ ମିଳିଲା ନଗଦ ୩.୨୧ ଲକ୍ଷ ଟଙ୍କା, ୫୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଡିପୋଜିଟ୍ ଏବଂ ବୀମା ଜମା

ଭୁବନେଶ୍ୱର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଇଓ ଅଫିସରେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣିଙ୍କ କାର୍ଯ୍ୟାଳୟ ଓ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଭିଜିଲାନ୍ସ ଟିମ୍ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ଭିଜିଲାନ୍ସ ତାଙ୍କ ଘରୁ ନଗଦ ୩.୨୧ ଲକ୍ଷ ଟଙ୍କା, ୫୧ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଡିପୋଜିଟ୍ ଏବଂ ବୀମା ଜମା ଠାବ କରିଛି। ଏହାଛଡ଼ା ଗୋଟିଏ ସ୍ବିଫ୍ଟ ଡିଜାୟାର୍ କାର୍ ଏବଂ ୩ଟି ଦୁଇଟି ଚକିଆ ଗାଡ଼ି ଠାବ କରିଛି। ଏଣେ ପ୍ରସନ୍ନ କୁମାର ପାଣିଙ୍କର କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୭ଟି ପ୍ଲଟ୍ ଥିବା ବି ଜାଣିବାକୁ ପାଇଛି ଭିଜିଲାନ୍ସ। ଏହାର କାଗଜପତ୍ର ପାଇଛି ଭିଜିଲାନ୍ସ। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
ଭୁବନେଶ୍ୱରର ସ୍ୱତନ୍ତ୍ର ଜଜ୍ ଭିଜିଲାନ୍ସଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟର କ୍ଷମତା ବଳରେ ୬ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି। ରାଜଧାନୀର ସୁନ୍ଦରପଦାରେ ୩୬୭ ଓ ୬୬୬ ନମ୍ବର ପ୍ଲଟରେ ଥିବା ଦୁଇଟି ତିନି ମହଲା ଘର, ସୁନ୍ଦରପଦାର ଫ୍ରେଣ୍ଡସ୍ କ୍ଲବ୍ ନିକଟରେ ଥିବା ତିନି ମହଲା ଘର, ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ସୁନ୍ଦରପଦାରେ ଥିବା ଦୁଇ ସଂପର୍କୀୟଙ୍କ ଘର, ପୁରୀ ଜିଲ୍ଲା ନିମାପଡ଼ାର ଅମଲାପଡ଼ାରେ ଥିବା ତିନି ମହଲା କୋଠା ଘରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍।

Share Now:

Kalinga News Beuro

Next Post

ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ : ମଞ୍ଚରେ ନାଚିଲେ, ଟଙ୍କା ଉଡ଼ାଇଲେ

Wed Oct 18 , 2023
ସୁନ୍ଦରଗଡ଼: ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ। କିଛି ଦିନ ତଳେ ସୁନ୍ଦରଗଡ଼ ସୁନାରିପଡାଠାରେ ଗଣେଶ ପୂଜା ଭସାଣି ଉତ୍ସବ ମଞ୍ଚ ଉପରେ ‘ମେ ହୁଁ ଡନ୍‌’ ଗୀତରେ ନୃତ୍ୟ କରି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ। ମଙ୍ଗଳବାର ରାତିରେ ସୁନ୍ଦରଗଡ଼ରେ ଆୟୋଜିତ କୱାଲି କାର୍ଯ୍ୟକ୍ରମରେ ମନ୍ତ୍ରୀ ପୁଳାପୁଳା ଟଙ୍କା ଉଡାଇବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମୁସଲିମ ୟୁଥ୍ କମିଟି ପକ୍ଷରୁ ଆୟୋଜିତ କୱାଲି […]
ଚର୍ଚ୍ଚାରେ ଶ୍ରମମନ୍ତ୍ରୀ ସାରଦା ନାୟକ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial