ରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରପାଇଁ ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କର ଗତ ୮ ତାରିଖରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁଖବର ସାରା ବିଶ୍ବକୁ ଶୋକରେ ବୁଡ଼ାଇ ରଖିଛି। ଆସନ୍ତା ୧୯ ତାରିଖରେ ‌ତାଙ୍କର ଶେଷକୃତ୍ୟ ହେବ। ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ବ ନେତୃବୃନ୍ଦ ଯୋଗଦେବେ। ତେବେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ ରୁ ୧୯ ସେପ୍ଟେମ୍ବର ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ। ରାଣୀଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନଷ୍ଟର ଆବେରେ ହେବ। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗଦେବେ। ଏମାନଙ୍କ ବ୍ୟତୀତ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲଣ୍ଡନ ଗସ୍ତ କରିବେ। ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ ସ୍କଟଲ୍ୟାଣ୍ଡରୁ ଆସି ଲଣ୍ଡନରେ ପହଞ୍ଚିଛି।
ସୂଚନା ଥାଉ କି ବୁଧବାର ଅପରାହ୍ନରେ ରାଣୀଙ୍କ କଫିନକୁ ୱେଷ୍ଟମିନିଷ୍ଟର ହଲକୁ ନିଆଯାଇଛି। ସେଠାରେ ଗୁରୁବାରଠାରୁ ୪ ଦିନ ପାଇଁ ରାଣୀଙ୍କ ମରଶରୀର ବିଭିନ୍ନ ବର୍ଗର ଲୋକଙ୍କ ଶେଷଦର୍ଶନ ପାଇଁ ରହିବ। ଏହାପରେ ଲଣ୍ଡନରୁ ୱିଣ୍ଡସର କ୍ୟାସେଲକୁ ଏକ ଶୋଭାଯାତ୍ରାରେ ନିଆଯିବ। ରାଣୀଙ୍କୁ ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲ୍‌ରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ରାଣୀଙ୍କ ଶେଷକୃତ୍ୟ ହେବ।

Share Now:

Kalinga News Beuro

Next Post

ଏମଏନସି ବଦଳରେ ସ୍ବଦେଶୀ କମ୍ପାନିଙ୍କୁ ପ୍ରୋତ୍ସାହନ ଦେବାକୁ ଦାବିକଲା ସିଇଏଆଇ

Wed Sep 14 , 2022
ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସାକାର କରିବା ଅଭିପ୍ରାୟରେ ଭାରତ ମଧ୍ୟରେ ଭାରତୀୟ କମ୍ପାନିଗୁଡ଼ିକୁ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଯିବାକୁ କନସଲଟିଂ ଇଞ୍ଜିନିୟର୍ସ ଆସୋସିଏସନ୍ ଅଫ ଇଣ୍ଡିଆ (ସିଇଏଆଇ) ଦାବି କରିଛି। ଭାରତୀୟ ପେଶାଦାର ଯନ୍ତ୍ରୀମାନଙ୍କର ଅସାଧାରଣ ଯୋଗ୍ୟତା ଏବଂ କୁଶଳୀ ଦକ୍ଷତାକୁ ଉଚିତ ପ୍ରାଧାନ୍ୟ ଦିଆଯାଇ ଆନ୍ତର୍ଜାତିକସ୍ତରରେ ସେମାନଙ୍କ ପାଇଁ ନିଷ୍ପକ୍ଷ ପ୍ରତିଯୋଗିତା ଏବଂ ସମାନ ସୁଯୋଗ ଉପଲବ୍ଧ କରାଇବାକୁ ସିଇଏଆଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଭାରତ […]
ସ୍ବଦେଶୀ କମ୍ପାନିଙ୍କୁ ପ୍ରୋତ୍ସାହନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial