ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା : ୬ ମୃତଦେହ ଉଦ୍ଧାର, ଏବେ ବି ୨୩ ନିଖୋଜ

ଥାଇଲାଣ୍ଡ ଜାହାଜ ବୁଡ଼ି ଘଟଣା

ବ୍ୟାଙ୍କକ୍ : ଥାଇଲାଣ୍ଡ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣାକୁ ୩ ଦିନ ହୋଇଯାଇଥିଲେ ବି ଏବେ ବି ୨୩ ଜଣ ନିଖୋଜ ଅଛନ୍ତି। ସେମାନଙ୍କ ଜୀବିତ ରହିବା ସମ୍ଭାବନା ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ୨୯ ଜଣ ନିଖୋଜ ଥିବାବେଳେ ବୁଧବାର ସକାଳେ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨୩ ଜଣଙ୍କ ସନ୍ଧାନ କାର୍ଯ୍ୟ ଏବେ ବି ଜାରି ରହିଛି। ସେମାନଙ୍କ ସନ୍ଧାନ ପାଇଁ ନୌସେନା ପକ୍ଷରୁ ଏକ ସମୁଦ୍ର ତଳରେ ଚାଲୁଥିବା ଡ୍ରୋନ ‘ସିଫକ୍ସ’ ମୁତୟନ କରାଯାଇଛି। ସିଫକ୍ସ ଜାହାଜ ନିକଟରେ ପହଞ୍ଚିବା ପରେ ଜାହାଜ ଅଭ୍ୟନ୍ତରରେ ପଶି ତାହାର ଯାଞ୍ଚ କରିବ। ଭିତରେ ଯଦି କିଏ ଫସି ରହିଛନ୍ତି ସେମାନଙ୍କ ସନ୍ଧାନ କରିବ। ରବିବାର ବିଳମ୍ବିତ ରାତିରେ ଏହି ଯୁଦ୍ଧ ଜାହାଜ ଥାଇଲାଣ୍ଡ ଉପସାଗର ନିକଟରେ ଯାଉଥିବାବେଳେ ଏକ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇଥିଲା। ପ୍ରାଚୁଆପ୍ ଖିରି ଖାନ ନାମକ ଉପକୂଳ ନିକଟରେ ଥିବାବେଳେ ଜାହାଜରେ ପାଣି ପଶିଯାଇଥିଲା। ଜାହାଜର ପାୱାର କଣ୍ଟ୍ରୋଲରେ ପାଣି ପଶିଯିବାରୁ ଜାହାଜର ବିଦ୍ୟୁତ ସରବାରହ ବନ୍ଦ ହୋଇଯାଇଥିଲା। ଏହା ପରେ ଜାହାଜର ଇଞ୍ଜିନ ବନ୍ଦ ହୋଇ ତାହା ବୁଡ଼ିଯାଇଥିଲା। ବୁଡ଼ିଯାଇଥିବା ଜାହାଜରେ ୧୦୬ ଜଣ ଲୋକ ଥିଲେ।

Share Now:

Kalinga News Beuro

Next Post

ଚୀନ ଭାରିଏଣ୍ଟକୁ ନେଇ ଆତଙ୍କିତ ନ ହୋଇ କୋଭିଡ ନିୟମ ମାନନ୍ତୁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Thu Dec 22 , 2022
ଭୁବନେଶ୍ୱର: ରାଜ୍ୟରେ ଚୀନ ଭାରିଏଣ୍ଟ ଚିହ୍ନଟ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଚୀନ ଭାରିଏଣ୍ଟକୁ ନେଇ ଆତଙ୍କିତ ହେବାର ନାହିଁ। ଅନ୍ୟ ଦେଶରେ ବଢୁଛି, କିନ୍ତୁ ଆମର ସେଭଳି ସ୍ଥିତି ନାହିଁ। କିନ୍ତୁ ଭବିଷ୍ୟତରେ ଯେ ଆମର ବଢ଼ିବ ନାହିଁ ତାହା କହିବ ହେବନି। ତେଣୁ ଲକଡାଉନ ଓ ସଟଡାଉନରୁ ବର୍ତ୍ତିବାକୁ ହେଲେ କୋଭିଡ ନିୟମ ମାନିବାକୁ ପଡିବ। ମାକ୍ସ ପିନ୍ଧିବା […]
ଜନସ୍ଵାସ୍ଥ୍ୟ ନିର୍ଦେଶକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial