ଭୁବନେଶ୍ବର: ବେଆଇନ ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀର ସାଲିଆ ସାହି। ଭୁବନେଶ୍ୱର ଅବକାରୀ ଫ୍ଲାଇଂ ସ୍କ୍ବାଡ ଓ କଟକ ଫ୍ଲାଇଂ ସ୍କ୍ବାଡ ପକ୍ଷରୁ ସାଲିଆସାହିରେ ଥିବା ଦେଶୀ ମଦ ଆଡ୍ଡା ଉପରେ ଚଢ଼ଉ କରାଯାଇଛି। ୧ ହଜାର ଲିଟର ଦେଶୀ ମଦ ସହ ୮ ହଜାର ୫ ଶହ ଲିଟର ପୋଚ ଜବତ କରାଯାଇଛି। ଚଢ଼ଉ ସମୟରେ ମଦ କାରବାରରେ ଲିପ୍ତ ଥିବା ୧୯ ଜଣଙ୍କୁ ଗିରଫ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଓ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ଉ କରାଯାଇଛି।
ବାରମ୍ବାର ଏହି ସାଲିଆ ସାହି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରି ବେଆଇନ ମଦ ଜବତ କରିବା ସହ ମଦ ପ୍ରସ୍ତୁତି ସରଞ୍ଜାମକୁ ନଷ୍ଟ କରୁଛି ଓ ଅନେକ ଲୋକଙ୍କୁ ଗିରଫ କରୁଛି, ହେଲେ ଏହାର ତିଳେ ମାତ୍ର ପ୍ରଭାବ ପଡ଼ୁନି। ସାଲିଆ ସାହି ଲୋକ ବେଧଡ଼କ ବେଆଇନ ମଦ ପ୍ରସ୍ତୁତି ଜାରି ରଖୁଛନ୍ତି, ନା ଅଛି ପୁଲିସ ଆତଙ୍କ ନା ଗିରଫ ଭୟ, ଅବକାରୀ ବିଭାଗ ଓ ପୁଲିସର ପାରିବାପଣିଆକୁ ଏହା ଖୋଲା ଚ୍ୟାଲେଞ୍ଜ ବୋଲି କୁହାଯାଉଛି।
Share Now: