ଗ୍ୟାଙ୍ଗଷ୍ଟାର ପରିବାରର ତିନିଜଣ ମହିଳାଙ୍କୁ ପଳତକ ଘୋଷଣା କଲା ପୁଲିସ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଅତିକ ଓ ଅସରଫ ଫେରାର ଥିବା ବେଳେ ପୁଲିସ ତାଙ୍କ ଉପରେ ପୁରସ୍କାର ରାଶି ଘୋଷଣା କରିଥିଲା। ଏଥିସହିତ ଗତବର୍ଷ ପ୍ରୟାଗରାଜରେ ହୋଇଥିବା ଉମେଶ ପାଲ ହତ୍ୟା ଘଟଣାରେ ଅତିକର ଦୁଇଜଣ ପୁଅ ଅଲି ଓ ଉମର ଉପରେ ବି ପୁଲିସ ପୁରସ୍କାର ରାଶି ଘୋଷଣା କରିଥିଲା। ଅଲି ଏବେ ନୈନି ସେଣ୍ଟ୍ରାଲ ଜେଲରେ ଓ ଉମର ଲକ୍ଷ୍ମୌ ଜେଲରେ କଏଦୀ ଭାବେ ଜୀବନ କାଟୁଛନ୍ତି। ଅତିକ ଅହମ୍ମଦର ଆଉ ଜଣେ ପୁଅ ଅସଦ ଉପରେ ବି ପୁଲିସ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। କିନ୍ତୁ ପୁଲିସ ଏନକାଉଣ୍ଟରରେ ଅସଦର ମୃତ୍ୟୁ ହୋଇଥିଲା।
ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ଅସଦର ସ୍ତ୍ରୀ ଶାଇସ୍ତା ପରବୀନଙ୍କ ଉପରେ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୫୦ହଜାର ଟଙ୍କା କରି ଦିଆଯାଇଛି। କାରଣ ଶାଇସ୍ତା ଉମେଶ ପାଲ ହତ୍ୟା ପରେ ଫେରାର ରହିଛନ୍ତି। ପୁଲିସ ତାଙ୍କୁ ପଳାତକ ତାଲିକାରେ ସାମିଲ କରିଛି। ସମ୍ପ୍ରତି ଏହି ଗ୍ୟାଙ୍ଗଷ୍ଟାର ପରିବାରରେ ସାମିଲ ଥିବା ଅତିକର ସାନ ଭାଇଙ୍କ ସ୍ତ୍ରୀ ଜୈନବ ଓରଫ ରୁବି ଓ ଅତିକର ଭଉଣୀ ଆୟଶା ନୁରିଙ୍କ ଉପରେ ବି ୨୫-୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଏହି ଦୁଇଜଣ ମହିଳାଙ୍କ ନାମ ବି ପଳାତକ ତାଲିକାରେ ପୁଲିସ ସାମିଲ କରିଛି।

Share Now:

Kalinga News Beuro

Next Post

ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ବାଇଁଆ-ରୁଦ୍ର ଏକାଠି

Tue Apr 2 , 2024
ଭୁବନେଶ୍ୱର: ମଧ୍ୟ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ୍‌ କଳି ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ବର୍ତ୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ) ଓ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ନୂଆ ରୂପ ନେଇଛି। ବିଧାୟକ ଶ୍ରୀ ଜେନାଙ୍କୁ ବିରୋଧ କରିବାକୁ ବାଇଁଆଙ୍କ ସହ ବିଜେଡିର ଅନ୍ୟତମ ଟିକେଟ୍‌ ଆଶାୟୀ ରୁଦ୍ର ସାମନ୍ତରାୟ ହାତ ମିଳାଇଛନ୍ତି। ଗତକାଲି ରାତିରେ ୟୁନିଟ୍‌-୪ସ୍ଥିତ ଏକ ହୋଟେଲରେ ବାଇଁଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial