ମାଲିକଙ୍କୁ ହାତୁଡ଼ିରେ ପିଟି ହତ୍ୟା କଲା କର୍ମଚାରୀ

ବ୍ୟବସାୟୀଙ୍କୁ ହାତୁଡ଼ିରେ ପିଟି ହତ୍ୟା

ପିପିଲି : ମାଲିକ ଶୋଇଥିବାବେଳେ ମୁଣ୍ତକୁ ହାତୁଡ଼ିରେ ପିଟି ହତ୍ୟା କରିଛି କର୍ମଚାରୀ। ଏଭଳି ନାରକୀୟ ଘଟଣା ଘଟିଛି ସାତଶଙ୍ଖ ବଜାର ଅଞ୍ଚଳରେ। ଖୋର୍ଦ୍ଧା ଟାଉନ୍‌ ଥାନା ଅନ୍ତର୍ଗତ ଗୌଡ଼ପୁଟ ଗାଁର ଦୀପକ ପାଟ୍ଟସାହାଣୀ(୩୫) ଦୀର୍ଘ ସାତ ଆଠ ମାସ ହେବ ସାତଶଙ୍ଖ ବଜାରରେ ଘର ଭଡ଼ା ନେଇ ମେସିନ୍‌ ଦ୍ବାରା ଖଲି ପ୍ଲେଟ୍‌, ଅଗରବତୀ ଆଦି ପ୍ରସ୍ତୁତ କରି ବ୍ୟବସାୟ କରୁଥିଲେ। କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଅଞ୍ଚଳର ହିରଣ୍ୟ ସାହୁ(୬୫) ଦୀପକଙ୍କ ପାଖରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା। ବ୍ୟବସାୟ ପ୍ରତିଷ୍ଠାନର ସମସ୍ତ କାର୍ଯ୍ୟ ହିରଣ୍ୟ ବୁଝାସୁଝା କରୁଥିଲା। ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ତ ହୋଇଥିଲା ବୋଲି ସ୍ଥାନୀୟ ଲୋକଙ୍କ କହିବା କଥା। ଗତକାଲି ଅପରାହ୍ନରେ ଦୀପକ ଉକ୍ତ ଭଡ଼ା ଘରେ ଶୋଇଥିବା ସମୟରେ ହିରଣ୍ୟ ଏକ ହାତୁଡ଼ିରେ ମାଲିକ ଦୀପକଙ୍କ ମୁଣ୍ତକୁ ଶକ୍ତ ପ୍ରହାର ଦେବାରୁ ଘଟଣାସ୍ଥଳରେ ଦୀପକଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ହତ୍ୟାରେ ବ୍ୟବହୃତ ହାତୁଡ଼ିକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ହିରଣ୍ୟ ହତ୍ୟା କରିବା ପରେ ସାତଶଙ୍ଖ ଫାଣ୍ତିରେ ଆତ୍ମସମର୍ପଣ କରିଥିବା କୁହାଯାଉଥିବାବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ଦେଇଛି। ପରେ ପୁରୀରୁ ସାଇଣ୍ଟ୍‌ଫିକ ଟିମ୍‌ ଆସି ତଦନ୍ତ କରି ଫେରିଛନ୍ତି। ମୃତ ଦୀପକଙ୍କ ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ପୁଲିସ କହିଛି। ପିପିଲି ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ହତ୍ୟାକାଣ୍ତର କାରଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି।

Share Now:

Kalinga News Beuro

Next Post

ଫୁସ୍‌ଫୁସ୍‌ର ସାଂଘାତିକ କ୍ଷତି କରୁଛି ଦ୍ବିତୀୟ ଲହର ସଂକ୍ରମଣ

Sat May 8 , 2021
ଅହମଦାବାଦ : କୋଭିଡ୍‌ ଦ୍ବିତୀୟ ଲହର ସଂକ୍ରମଣରେ ପୀଡ଼ିତମାନଙ୍କର ଫୁସଫୁସ୍‌ ମାତ୍ରାଧିକ କ୍ଷତିଗ୍ରସ୍ତ ହେଉଥିବା ଜଣାଯାଇଛି। ଏପରିକି ରୋଗୀଙ୍କ ଠାରେ କୌଣସି ଲକ୍ଷଣ ନଥାଇ ବି ସମ୍ପର୍କୀୟ ପଜିଟିଭ୍‌ ବାହାରିବାରୁ ସେ ନିଜେ ପରୀକ୍ଷା କଲା ବେଳକୁ କୋଭିଡ୍‌ ପଜିଟିଭ୍‌ ଆସୁଛି। ସଂପୃକ୍ତ ଲକ୍ଷଣବିହୀନ କୋଭିଡ୍‌ ପୀଡ଼ିତ ସିଟି ସ୍କାନ କଲାରୁ ତାଙ୍କ ଫୁସ୍‌ଫୁସ୍‌ର ୫୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ହୋଇ ସାରିଥିବା ଜଣାଯାଇଛି। ଏପରିକି ତାଙ୍କ ରକ୍ତରେ ଅମ୍ଳଜାନ […]
ଫୁସ୍‌ଫୁସ୍‌ର ସାଂଘାତିକ କ୍ଷତି କରୁଛି ଦ୍ବିତୀୟ ଲହର ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial