ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲଜୁରୀ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ମୃତକଙ୍କ ମା’ଘର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିବା ଜଣାପଡିଛି। ମୃତକା ହେଲେ ଭାରତୀ ମଲ୍ଲିକ (୪୨)। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୬ ତାରିଖରୁ ରେଙ୍ଗଲଜୁରୀ ଗାଁର ସନ୍ତୋଷ ମଲ୍ଲିକଙ୍କ ପତ୍ନୀ ଭାରତୀ ମଲ୍ଲିକ ନିଖୋଜ ଥିବା ନେଇ ପରିବାର ଲୋକେ ଲରମ୍ଭା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପରଦିନ (୨୭ ତାରିଖ) ଭାରତୀଙ୍କ ମା’ ଘର ଲୋକଙ୍କୁ ସନ୍ତୋଷ ଫୋନ କରି କହିଥିଲେ। ପରେ ଭାରତୀଙ୍କ ଭାଇ ଓ ପରିବାରବର୍ଗ ରେଙ୍ଗଲଜୁରୀ ଗାଁରେ ପହଞ୍ଚି ଖୋଜାଖୋଜି କରି ନ ପାଇବାରୁ ୨୮ ତାରିଖରେ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଗାଁ ଲୋକେ ଓ ପରିବାର ଲୋକେ ଖୋଜାଖୋଜି କରିବା ପରେ ରେଙ୍ଗଲଜୁରୀ ଗାଁ ନିକଟରେ ଥିବା ବାଙ୍କଡି ଜଙ୍ଗଲ ଭିତରେ ଏକ ଗଛରେ ଦଉଡିରେ ଛୁଲୁଥିବା ଅବସ୍ଥାରେ ଦେଖିଥିଲେ। ପରେ ଏ ସମ୍ପର୍କରେ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଓ ମାଜିଷ୍ଟ୍ରେଟ୍ ଦାଇତ୍ୱରେ ଥିବା ପାଟଣାଗଡ଼ ଅତିରିକ୍ତ ତହସିଲଦାର ଧିରଜ କୁମାର ପାତ୍ର ପହଞ୍ଚି ଥିଲେ। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ନେଇ ଉଦ୍ୟମ କରା ଯାଉଥିବା ଜଣାପଡିଛି।
ଜଙ୍ଗଲ ଭିତରୁ ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Share Now: