କଲଭର୍ଟ ନିର୍ମାଣ ପାଇଁ ଖୋଳା ହେଲା ରବିଟକିଜ୍‌-ସାମନ୍ତରାପୁର ରାସ୍ତା

ଭୁବନେଶ୍ୱର: କଲଭର୍ଟ ନିର୍ମାଣ ପାଇଁ କେଦାରଗୌରୀ ମନ୍ଦିର ନିକଟ ରବିଟକିଜ୍‌-ସାମନ୍ତରାପୁର ରାସ୍ତାକୁ ପୂର୍ତ୍ତ ବିଭାଗ ଖୋଳି ଦେଇଛି। ଯାହା ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ମୁଖ୍ୟତଃ ଅଫିସ୍‌ ସମୟ ଓ ସଂଧ୍ୟାରେ ପ୍ରବଳ ଜାମ୍‌ ଦେଖିବାକୁ ମିଳୁଛି। ତୁରନ୍ତ ଏହି କାମ ସାରିବାକୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କେଦାରଗୌରୀ ମନ୍ଦିର ପରିସରରେ ଥିବା କେଦାରଗୌରୀ, ଦାନ୍ତଘ‌ଷା ଓ ଦୁଗ୍ଧ ପୋଖରୀ ଜଳ ନିଷ୍କାସନ ହୋଇପାରୁନାହିଁ। ପାଣି ବାହାରିବା ବାଟ ବନ୍ଦ ହୋଇଯାଇଛି। ଦୀର୍ଘ ବର୍ଷ ଧରି ପାଣି ସ୍ଥିର ହୋଇଯିବାରୁ ପୋଖରୀକୁ ଯେତେ ସଫା କଲେ ମଧ୍ୟ କିଛି ଦିନ ଭିତରେ ପାଣି ପୁଣି ପ୍ରଦୂଷିତ ହୋଇଯାଉଛି। ବର୍ଷା ଦିନେ ଅତ୍ୟଧିକ ପାଣି ବାହାରି ପାରୁନଥିବାରୁ ମନ୍ଦିର ବେଢ଼ାକୁ ମଇଳା ପାଣି ଲାଗି ଯାଉଛି। ଯାହାକୁ ନେଇ ବିଭିନ୍ନ ସମୟରେ ପ୍ରତିବାଦ ହୋଇଛି। ତେବେ ଏହି ୪ଟି ପୋଖରୀ ସହ ଉକ୍ତ ଅଞ୍ଚଳର ଡ୍ରେନ୍‌ ପାଣି ବାହାର କରିବାକୁ ଏହି କଲଭର୍ଟ ନିର୍ମାଣ କରାଯାଉଛି ବୋଲି ପୂର୍ତ୍ତ ବିଭାଗ କହିଛି।
ସୂଚନା ଅନୁସାରେ ପୂର୍ତ୍ତବିଭାଗ ଡିଭିଜନ-୨ ଅଧୀନରେ ଥିବା ଏହି ରାସ୍ତାର ଗୋଟିଏ ଫାଳର ଅଧା ଖୋଳା ଯାଇ କାମ କରିବା ପରେ ଅନ୍ୟ ଅଧା ରାସ୍ତା କାମ ହେବ। ଏହାପରେ କେଦାରଗୌରୀ ମନ୍ଦିର ପଟ ରାସ୍ତା ସମାନ ଢଙ୍ଗରେ କାମ ହେବ। ଏବେ ଯୋଜନା ମୁତାବକ ଗୋଟିଏ ପାଖର ଅଧା ଗାତ ଖୋଳା ଯାଇଛି। ନିକଟରେ ଥିବା ଡିଭାଇଡରକୁ ସିଲ୍‌ କରାଯାଇଛି। ଫଳରେ କିଛି ମାତ୍ରାରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଛି। କାମ ଶେଷ ହେବା ପର୍ଯ୍ୟନ୍ତ ଭିଡ଼ ସମୟରେ ଖୋଳା ଯାଉଥିବା ସ୍ଥାନ, ଆଗ ଓ ପଛରେ ଗାଡ଼ି ଗୁଡ଼ିକ ୟୁ-ଟର୍ଣ୍ଣ ନେଉଥିବା ସ୍ଥାନରେ ଟ୍ରାଫିକ୍‌ ପୁଲିସ ମୁତୟନ କରିବାକୁ ଦାବି ହୋଇଛି।

Share Now:

Kalinga News Beuro

Next Post

ଲୋକସଭାରେ ୩ଟି ଅପରାଧିକ ଆଇନ ବିଲ୍ ଗୃହୀତ

Wed Dec 20 , 2023
ନୂଆଦିଲ୍ଲୀ: ଲୋକସଭାରେ ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଗୃହୀତ ହୋଇଛି। ଏହି ୩ଟି ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ। ବାଚନିକ ଭୋଟରେ ଏହି ବିଲ୍ ଗୁଡ଼ିକ ଗୃହୀତ ହୋଇଛି। ସଂସଦର ୧୪୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏସବୁ ବିଲ୍ ଗୃହୀତ ହୋଇଛି। ଏସବୁ ବିଲ୍ ଆଇନରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial