ଲୋକସଭାରେ ୩ଟି ଅପରାଧିକ ଆଇନ ବିଲ୍ ଗୃହୀତ

ନୂଆଦିଲ୍ଲୀ: ଲୋକସଭାରେ ଅପରାଧିକ ଆଇନ ସମ୍ବନ୍ଧୀୟ ୩ଟି ବିଲ୍ ଗୃହୀତ ହୋଇଛି। ଏହି ୩ଟି ଆଇନ ହେଉଛି ଭାରତୀୟ ନ୍ୟାୟ ସଂହିତା (୨ୟ) ୨୦୨୩ ବିଲ୍, ଭାରତୀୟ ନାଗରିକ ସୁରକ୍ଷା (୨ୟ) ସଂହିତା ବିଲ୍ ଓ ଭାରତୀୟ ସାକ୍ଷ୍ୟ (୨ୟ) ବିଲ। ବାଚନିକ ଭୋଟରେ ଏହି ବିଲ୍ ଗୁଡ଼ିକ ଗୃହୀତ ହୋଇଛି। ସଂସଦର ୧୪୩ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏସବୁ ବିଲ୍ ଗୃହୀତ ହୋଇଛି। ଏସବୁ ବିଲ୍ ଆଇନରେ ପରିଣତ ହେବା ପରେ ସେଗୁଡ଼ିକ ବ୍ରିଟିଶ ଅମଳରୁ ପ୍ରଚଳିତ ଅପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍ (ଆଇପିସି), କୋଡ ଅଫ କ୍ରିମିନାଲ ପ୍ରୋସେଜ୍ୟୋର ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ବଦଳରେ ଲାଗୁ ହେବ। ଏହା ପୂର୍ବରୁ ଏହି ବିଲ୍ ଉପରେ ଆଲୋଚନା ହୋଇଥିଲା। ନୂଆ ଆଇନରେ ଆତଙ୍କବାଦ, ମହିଳାଙ୍କ ବିରୋଧରେ ଅପରାଧ, ଦେଶଦ୍ରୋହ ଓ ମବ୍ ଲିଞ୍ଚିଂ ସଂକ୍ରାନ୍ତ ନୂଆ ବ୍ୟବସ୍ଥା ପ୍ରଣୟନ କରାଯାଇଛି।
ଲୋକସଭାରେ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ତିନୋଟି ନୂଆ ବିଲ୍ ଉପରେ ବିତର୍କର ଉତ୍ତର ଦେଇ ଅମିତ ଶାହା କହିଛନ୍ତି, ବ୍ୟକ୍ତିଗତ ସ୍ୱାଧୀନତା, ମାନବିକ ଅଧିକାର ଏବଂ ସମସ୍ତଙ୍କ ସହ ସମାନ ବ୍ୟବହାରର ତିନୋଟି ନୀତି ଆଧାରରେ ନୂତନ ଆଇନ ପ୍ରସ୍ତୁତ କରାଯାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଅପରାଧିକ ନ୍ୟାୟ ବ୍ୟବସ୍ଥା ସହ ଜଡିତ ତିନୋଟି ଆଇନକୁ ମାନବୀକରଣ କରାଯିବ। ଶାହା କହିଛନ୍ତି, ନୂଆ ଆଇନରେ ମହିଳା ଓ ଶିଶୁମାନଙ୍କ ସଂପର୍କିତ ଆଇନଗୁଡ଼ିକ ଉପରେ ପ୍ରାଥମିକତା ଦିଆଯାଇଛି। ସେହିପରି ମାନବ ଅଧିକାର ଓ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ଆଇନ ଉପରେ ବି ପ୍ରାଥମିକତା ଦିଆଯାଇଛି।

Share Now:

Kalinga News Beuro

Next Post

ରାଜ୍ୟବ୍ୟାପି ଉଚ୍ଚବିଦ୍ୟାଳୟରେ ନିଯୁକ୍ତି ପାଇଲେ ୪୧୬୬ ଶିକ୍ଷକ-ଶିକ୍ଷୟିତ୍ରୀ

Wed Dec 20 , 2023
ଭୁବନେଶ୍ୱର: ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ବୁଧବାର ଦିନ ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟଗୁଡିକରେ ୪୧୬୬ ଜଣ ଟିଜିଟି ଓ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପର୍ବ ବାଣ୍ଟିବା କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିଲାମାନଙ୍କ ମଧ୍ୟରେ ଗଭୀର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial