ରାଉରକେଲା: ଟ୍ରେନ୍‌ରେ କଟି ନଦୀକୁ ଖସିପଡ଼ିଲେ ୩ କାଉଡ଼ିଆ

ରାଉରକେଲା: ସୁନ୍ଦରଗଡ଼ର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସଙ୍କୁ ଜଳଲାଗି କରିବାକୁ ଛତିଶଗଡ଼ରୁ ୭ ଜଣ କାଉଡିଆ ରାଉରକେଲା ଆସିଥିଲେ। ସେମାନେ ରେଳ ସେତୁ ଉପରେ ବ୍ରାହ୍ମଣୀ ନଦୀ ପାର ହେଉଥିବା ବେଳେ ଏକ ଟ୍ରେନ୍‌ ଆସିଯାଇଥିଲା। ଟ୍ରେନ୍‌ ଚଢ଼ି ଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍‌ପିଟାଲ(ଆରଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ବରଣ କରିଥିବା କାଉଡିଆମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର କରଯାଇଥିିବା ବେଳେ ଏବେ ବି ତୃତୀୟ ମୃତଦେହଟି ଉଦ୍ଧାର କରାଯାଇ ପାରି ନାହିଁ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଛତିଶଗଡ଼ର ୭ ଜଣ କାଉଡିଆ ଶ୍ରାବଣ ମାସରେ ଜଳଲାଗି କରିବା ପାଇଁ ବେଦବ୍ୟାସ ଆସିଥିଲେ। ତେବେ ସେମାନେ ପାନପୋସ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ଥିବା ରେଳସେତୁରେ ଚାଲିଚାଲି ଯାଉଥିବା ବେଳେ ହଠାତ ଏକ ଟ୍ରେନ୍‌ ଆସିଯିବାରୁ ଏହି କାଉଡିଆମାନେ କିଛି କରି ପାରି ନଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ କୌଣସି ମତେ ନିଜକୁ ରକ୍ଷା କରିପାରିଥିବା ବେଳେ ୩ ଜଣ ଟ୍ରେନ୍‌ରେ କଟି ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଥିଲେ । ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ଯେଉଁମାନେ ଟ୍ରେନରେ କଟି ନଦୀକୁ ଖସି ପଡ଼ିଥିଲେ ,ସେମାନଙ୍କ ମଧ୍ୟରୁ ମାତ୍ର ଦୁଇଜଣଙ୍କ ମୃତଦେହ ମିଳି ପାରିଥିବା ବେଳେ ତୃତୀୟ ଜଣକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ଭାରତ କିଣିବ ୬ ଅତ୍ୟାଧୁନିକ ପାଟ୍ରୋଲିଂ ଯୁଦ୍ଧପୋତ:ସୁଦୃଢ଼ କରିବ ଜଳ ସୀମା ସୁରକ୍ଷା ବ୍ୟବସ୍ଥା

Mon Aug 13 , 2018
ନୂଆଦିଲ୍ଲୀ: ଭାରତୀୟ ଜଳ ସୀମା ମଧ୍ୟରେ ସୁରକ୍ଷାକୁ ନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରତିରକ୍ଷା ବିଭାଗ ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉଚ୍ଚ କ୍ଷମତା ସମ୍ପନ୍ନ ୬ଟି ପାଟ୍ରୋଲିଂ ଜାହଜ କିଣିବା ପାଇଁ ନିଷ୍ପତ୍ତି ନେଇଛି। ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉଚ୍ଚ କ୍ଷମତା ସମ୍ପନ୍ନ ଏହି ୬ଟି ପାଟ୍ରୋଲିଂ ଜାହଜ କିଣା ହୋଇ ଆସିବା ପରେ ସେଗୁଡ଼ିକୁ ଭାରତୀୟ ନୌସେନାରେ ସାମିଲ କରାଯିବ ଏବଂ ସମୁଦ୍ର ମଧ୍ୟରେ ଭାରତୀୟ ଜଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial