ଏଣିକି ବସ୍‌ ଚଳାଚଳ ସ୍ବାଭାବିକ ହେବ: ପରିବହନ ମନ୍ତ୍ରୀ

ପରିବହନ ମନ୍ତ୍ରୀ

ବସ୍‌ ମାଲିକ ସଂଘ କହିଲା ଭୟ ଯୋଗୁ ଲୋକେ ବସକୁ ଆସୁନାହାନ୍ତି

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ ଡାଉନ୍‌ ଓ ସଟ୍‌ ଡାଉନ୍‌ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି। ଏବେ ଯାତ୍ରୀବାହୀ ବସ୍‌ ଚଳାଚଳ ସ୍ବାଭାବିକ ହେବ। ଆଜି ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅନ୍ୟପଟେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର କହିବା କଥା, କଟକଣା କୋହଳ ପରେ ବି ବସ୍‌ରେ ମାତ୍ର ୧୦ରୁ ୨୦ ଜଣ ଯାତ୍ରୀ ଅସୁଛନ୍ତି। ଯେଉଁଥିରେ ବସ୍‌ ଚଳାଇବା ସମ୍ଭବ ହେଉନାହିଁ। ଲୋକଙ୍କ ମନରେ କରୋନା ପ୍ରତି ଭୟ ଥିବାରୁ ବସ୍‌ରେ ଯାତ୍ରା କରିବାକୁ ସୁରକ୍ଷିତ ମଣୁନାହାନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ କରିବାକୁ ସଂଘ ସଦସ୍ୟ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, କଟକଣା କୋହଳ ହେବା ପରେ ଉଭୟ ସରକାରୀ ଓ ଘରୋଇ ବସ୍‌ ଚଳାଚଳ କରିବାରେ ଆଉ କିଛି ଅସୁବିଧା ନାହିଁ। କୋଭିଡ୍‌ ନିୟମ ପାଳନ କରିବା ପୂର୍ବକ ଏଣିକି ବସ୍‌ ଚଳାଚଳ କରିପାରିବ।

ବସ୍‌ ମାଲିକ ସଂଘ ଦାବି ମୁତାବକ ଆଗରୁ ପରମିଟ୍‌ ଟିକସ ଛାଡ଼ କରାଯିବା ସହ ଅନ୍ୟାନ୍ୟ ଦାବି ପୂରଣ କରାଯାଇଛି। ମାଲିକମାନେ ବସ୍‌ ଚଳାଚଳ ଆରମ୍ଭ କଲେ ଲୋକମାନେ ଧୀରେ ଧୀରେ ପୁଣି ଥରେ ବସ୍‌ରେ ଯାତ୍ରା କରିବେ। ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ କହିଛନ୍ତି, ରାଜ୍ୟରେ ଏବେ ୧୭୫ଟି ବସ୍‌ ଚଳାଚଳ କରୁଛି। ମୋଟ ୧୬ ହଜାର ବସ୍‌ ଭିତରୁ ଏବେସୁଦ୍ଧା ୯୫% ଗାଡ଼ି ଚାଲିନାହିଁ। ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକମାନେ ବସ୍‌ରେ ଯାତ୍ରା କରିବା ପାଇଁ ଭୟ କରୁଛନ୍ତି। ଏବେ କୋଲକାତାକୁ ୩ ଖଣ୍ଡ ଗାଡ଼ି ଚାଲୁଛି ଅଥଚ ଲୋକ ହଉନାହାନ୍ତି। ଏ ନେଇ ସରକାର ବିଜ୍ଞାପନ ପ୍ରକାଶ କଲେ କିଛିଟା ପରିବର୍ତ୍ତନ ଆସିବ ବୋଲି ଶ୍ରୀ ଆଚାର୍ଯ୍ୟ ମତ ରଖିଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତ ମୃତ: ମୋଟ ମୃତ୍ୟୁସଂଖ୍ୟା ୫୧୪କୁ ବୃଦ୍ଧି

Wed Sep 2 , 2020
ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି। ଏହା ଫଳରେ ରାଜ୍ୟରେ .କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୫୧୪ରେ ପହଞ୍ଚିଛି। ଘୋଷିତ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଥିବାବେଳେ ୮ ଜଣ ପୁରୁଷ ଅଛନ୍ତି। ମୃତ ୩ ମହିଳାଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୫୭ […]
୧୧ କରୋନା ଆକ୍ରାନ୍ତ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial