ପୁଲିସ ଜାଳିଦେଲା ଧନିଆ ଜଙ୍ଗଲ:ହଜାର ହଜାର ଔଷଧୀୟ ବୃକ୍ଷ ନଷ୍ଟ

 

ଛତିଆ : ଧନିଆ ପାହାଡ଼ ପାଦ ଦେଶରେ ପୁଲିସ ତାଳିମ୍‌ ବେଳେ ଖୋକାରୁ ନିଆଁ ଲାଗି ଧନିଆ ପାହାଡ଼ ଜଳି ଯାଇଛି। ଏଥିରେ ଥିବା ହଜାର ହଜାର ଔଷଧୀୟ ବୃକ୍ଷ ପୋଡ଼ି ପାଉଁଶ ହୋଇଯାଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।
ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେବକର ସଭାପତି ସୁରେଶ କୁମାର ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ, ବୈରୀ ଥାନା ଅୀନସ୍ଥ ଛତିଆ ନିକଟରେ କିମ୍ବଦନ୍ତୀ ବହନ କରୁଥିବା ପ୍ରସିଦ୍ଧ ଧନିଆ ପାହାଡ଼ରେ ପାଦଦେଶରେ ଚାଲିଛି ପୁଲିସ ତାଲିମ୍‌। ଫାୟାରିଂ ବେଳେ ଆଜି ଅପରାହ୍ଣରେ ଗୁଳିର ଖୋକା ପାହାଡ଼ରେ ପଡ଼ି ଯାଇଥିଲା। ଏଥିରୁ ନିଆଁ ଲାଗିଯାଇଥିଲା। ଏହା ଦେଖି ଶ୍ରୀ ବିଶ୍ୱାଳ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ସେତେବେଳକୁ ପାହାଡ଼ରେ ଥିବା ହଜାର ହଜାର ଔଷଧୀୟ ବୃକ୍ଷ ସହ ବିଭିନ୍ନ ପ୍ରକାର ବୃକ୍ଷ ପୋଡି ଯାଇଥିଲା ।
ପ୍ରକାଶଥାଉକି ପୂର୍ବରୁ ଦୁଇଥର ଏପରିଭାବେ ପାହାଡରେ ନିଆଁ ଲାଗିଥିଲା ଏବଂ ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଶ୍ରୀ ବିଶ୍ୱାଳ ପ୍ରତିବାଦ କରିଥିବା ପ୍ରକାଶ କରିଛନ୍ତି । ତେବେ ଏପରି ଘଟଣାରୁ ସଂପୃଚ୍ଛ ବିଭାଗ ନିବୃତ୍ତ ନରହିଲେ ସେବକ ସଭାପତି ଆଇନର ଆଶ୍ରୟ ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟପଟେ ୨୦୧୫-୧୬ ଆର୍ଥିକ ବର୍ଷରେ ଡାଳିଯୋଡା ରେଞ୍ଜ ପକ୍ଷରୁ ଏହି ପାହାଡରେ ବ୍ୟାପକ ଔଷଧୀୟ ଓ ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା ଏବଂ ଏହି ସମସ୍ତ ବୃକ୍ଷ ବେଶ ଭଲ ସ୍ଥିତିରେ ଥିବା ବେଳେ ହଠାତ ନିଆଁ ଲାଗିଯିବାରୁ ସମସ୍ତ ବୃକ୍ଷ ପୋଡ଼ି ହୋଇଯାଇଥିବା ଦେଖିବାକୁ ମିଳିଛି । ଯଦିଓ ପାହାଡ ଉପରକୁ ଅଗ୍ନିଶମ ବିଭାଗ ଗାଡି ଯାଇପାରିନଥିଲା କିନ୍ତୁ ବନ ବିଭାଗ କର୍ମଚାରୀମାନେ ବିଭିନ୍ନ ଉପାୟରେ ଏହି ନିଆଁକୁ ଲିଭାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ବନ ବିଭାଗ କର୍ମଚାରୀଙ୍କୁ ବେଶ ପ୍ରଶଂସା କରାଯାଇଛି ।
ଡାଳିଯୋଡା ରେଞ୍ଜର ମନୋରଞ୍ଜନ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଧର୍ମାନନ୍ଦ ପରିଡା, ଗାର୍ଡ ଅସ୍ୱନୀ ସାହୁଙ୍କ ନେତୃତ୍ୱରେ ବହୁ ବନ କର୍ମଚାରୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଥିଲେ । ଏସଂପର୍କରେ ଡେପୁଟି କମାଣ୍ଡାଣ୍ଟ ସୁନୀଲ ଚୌଧୁରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଗ୍ରେନେଡ୍‌ ମିସ୍‌ ଫାୟାରିଂରୁ ବେଳେ ବେଳେ ଏଭଳି ଅଘଟଣ ଘଟିଥାଏ। ଆଜି ମିସ୍‌ ଫାୟାରିଂ ବେଳେ ନିଆଁ ଲାଗି ଯାଇଥିଲା। ପୁଲିସ କର୍ମଚାରୀମାନେ ତାକୁ ଲିଭାଇ ଦେଇଥିଲେ ବୋଲି ସେ କହିଥିଲେ।

Share Now:

Kalinga News Beuro

Leave a Reply

Next Post

‘ଓ୍ଵାର୍ଲଡ୍‌ ଅନ୍‌ ହ୍ଵିଲ୍‌ସ୍‌’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Sun Apr 1 , 2018
ଭୁବନେଶ୍ୱର: ଗ୍ରାମାଞ୍ଚଳର ହାଇସ୍କୁଲ୍‌ ଛାତ୍ରଛାତ୍ରୀ, ଯୁବ ଓ କ୍ଷୁଦ୍ର ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ସଦସ୍ୟାମାନଙ୍କୁ କମ୍ପ୍ୟୁଟର ସମ୍ବନ୍ଧୀୟ ମୌଳିକ ଶିକ୍ଷା ଦେବା ନିମନ୍ତେ ଡିଜିଟାଲ୍‌ ବସ୍‌ ‘ଓ୍ଵାର୍ଲଡ୍‌ ଅନ୍‌ ହ୍ଵିଲ୍‌ସ୍‌’ର ଶୁଭାରମ୍ଭ ହୋଇଛି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍‌ ସେବାକୁ ଲୋକାର୍ପଣ କରିଥିଲେ। ଏହି ଡିଜିଟାଲ୍‌ ଶିକ୍ଷା ଅଭିଯାନରେ ଗ୍ରାମାଞ୍ଚଳର ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ, କ୍ଷୁଦ୍ର ଉଦ୍ୟୋଗୀ ଓ ମହିଳାମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial