୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା: ୟେଲୋ ଓ୍ଵାର୍ଣ୍ଣିଂ ଜାରି

ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବହୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଗଞ୍ଜାମ, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ଏହି ସମୟ ମଧ୍ୟରେ ଝାରସୁଗୁଡା, ସମ୍ବଲପୁର, ବରଗଡ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଥିବା ଜାରି ସତର୍କ ସୂଚନାରେ କୁହାଯାଇଛି। ସେଥିପାଇଁ ଏହି ସମସ୍ତ ଜିଲ୍ଲଗୁଡ଼ିକ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Share Now:

Kalinga News Beuro

Next Post

ପ୍ରଶାସନିକ ସ୍ତରରେ ଅଦଳବଦଳ: ସନତ କୁମାର ମହାନ୍ତି ହେଲେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ

Mon Aug 3 , 2020
ଭୁବନେଶ୍ବର: ରାଜ୍ୟରେ ପ୍ରଶାସନିକ ସ୍ତରରେ କେତେକ ଅଦଳ ବଦଳ ହୋ୍ଇଥିବା ଜଣାଯାଇଛି। ଓଡ଼ିଶା ସରକାର ଆଜି ଉଭୟ ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି। ଏଥିରେ ଛଅଜଣ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଦୁଇଜଣଙ୍କୁ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି। ତାଙ୍କୁ ବ୍ରହ୍ମପୁର ଚକବନ୍ଦୀ ଅତିରିକ୍ତ କମିସନର ଭାବେ ନିଯୁକ୍ତି […]
ପ୍ରଶାସନିକ ସ୍ତରରେ ଅଦଳବଦଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial