ଓଡ଼ିଶାର ଦୁଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଫ୍ଲୋରେନ୍ସ ନାଇଟଆଞ୍ଜେଲ ପୁରସ୍କାର

ଫ୍ଲୋରେନ୍ସ ନାଇଟଆଞ୍ଜେଲ ପୁରସ୍କାର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ କାମ ପାଇଁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୩୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ମିଳିଥିବା ସୂଚନା ମୁତାବକ ୨୦୨୨ ଓ ୨୦୨୩ ପାଇଁ ଆଜି ଦେଶର ବଛାବଛା ସ୍ୱାସ୍ଥ୍ୟକର୍ମୀଙ୍କୁ ଫ୍ଲୋରେନ୍ସ ନାଇଟଆଞ୍ଜେଲ ପୁରସ୍କାର ଦିଆଯାଇଛି। ଏଥିରେ ଓଡ଼ିଶାର ଦୁଇ ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି। ୨୦୨୨ ପାଇଁ ନର୍ସ ସେବତୀ ସାହୁ ଓ ୨୦୨୩ ପାଇଁ ଏଏନଏମ ମଞ୍ଜୁଲତା ମହାରଣାଙ୍କୁ ପୁରସ୍କାର ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ୧୯୭୩ ମସିହାରୁ ଦିଆଯାଇଆସୁଛି।

Share Now:

Kalinga News Beuro

Next Post

ଫୋନରେ ଥିବା ବିବାଦୀୟ ଫିଚରକୁ ବନ୍ଦ କରିବ ରିଅଲମି

Thu Jun 22 , 2023
ନୂଆଦିଲ୍ଲୀ : ନିକଟରେ ରିଅଲମି ଉପରେ ଏକ ବଡ ଅଭିଯୋଗ ଆସିଥିଲା ଯେ କମ୍ପାନୀ ୟୁଜରଙ୍କ ବିନା ଅନୁମତିରେ ସେମାନଙ୍କ ଡାଟା ସଂଗ୍ରହ କରିଥାଏ। ଏ ସଂକ୍ରାନ୍ତରେ ଜଣେ ଟ୍ୱିଟର ବ୍ୟବହାରକାରୀ ଏକ ରିପୋର୍ଟ ସେୟାର କରିବା ପରେ ସରକାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତଦନ୍ତ ଆରମ୍ଭ ହେବା ପୂର୍ବରୁ ହିଁ ରିଅଲମି ନିଜର ଭୁଲ ସ୍ୱୀକାର କରିଛି। ରିଅଲମି କହିଛି ଯେ, ରିଅଲମି ୧୧ ପ୍ରୋ […]
ଭୁଲ ମାନିଲା ରିଅଲମି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial