ଆଗାମୀ ୫ବର୍ଷରେ ୫୦ ବର୍ଷର ବିକାଶ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆକ୍ସନ ମୋଡ଼ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ୫ବର୍ଷରେ ୫୦ ବର୍ଷର ବିକାଶ ହେବ। ଦୀର୍ଘ ୨୪ବର୍ଷ ପରେ ଶାସନର ପରିବର୍ତ୍ତନ ହୋଇଛି। ଯେଉଁଭଳି ଭାବରେ ଓଡ଼ିଶାର ବିକାଶ ହେବା କଥା ଲୋକଙ୍କ ପାଖରେ ସେବା ପହଞ୍ଚିବା କଥା ଲୋକମାନଙ୍କୁ ସାମାଜିକ ନ୍ୟାୟ ମିଳିବା କଥା ମିଳିପାରିଲା ନାହିଁ। ବିଗତ ଦିନରେ ଲୋକମାନେ ବହୁତ କଷ୍ଟ ପାଇଥିଲେ। ଏଥିସହ ଏହି ଲମ୍ବା ସମୟ ମଧ୍ୟରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କଥା ହେବ ଦେଖା କରିବା ଏସବୁ ବହୁତ ପରିମାଣରେ କମିଯାଇଥିଲା। ଲୋକମାନଙ୍କୁ ସିଧାସଳଖ ଭେଟୁନଥିଲେ। ଏବେ ପରିବର୍ତ୍ତନ ହୋଇଛି। ଲୋକମାନେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ଦରକାର ଆଉ ମୁଁ ମଧ୍ୟ ଲୋକମାନଙ୍କ ସହ ଭେଟିବାକୁ ଚାହୁଁଛି। ଯେହେତୁ ମୁଁ ସାଧାରଣ ସ୍ତରରୁ, ତୃଣମୂଳ ସ୍ତରରୁ ଆସିଛି। ତୃଣମୂଳ ସ୍ତରର ଲୋକଙ୍କ ସହ ମିଶିବାକୁ ପଡ଼ିବ। ସେମାନଙ୍କ କଥା, ସମସ୍ୟା ଶୁଣିବାକୁ ପଡ଼ିବ। ଏବେ ଲୋକ ପିପୁଲ୍ସ ସିଏମ ପାଇଛନ୍ତି। ଲୋକଙ୍କଠାରୁ ବିଭିନ୍ନ ପରାର୍ମଶ ମିଳୁଛି। ଆଗାମୀ ୫ବର୍ଷରେ ୫୦ ବର୍ଷର ବିକାଶ ହେବ। ଯାହା ବି ଆସିଛନ୍ତି ଲୋକମାନେ ତାଙ୍କ ଖୁସି ନେଇ ଆସିଛନ୍ତି। ସମସ୍ତଙ୍କୁ ଧନ୍ୟବାଦ ମୋ ଉପରେ ଆଶା କରକିଛନ୍ତି। ନିଶ୍ଚିତ ଭାବରେ ସେମାନଙ୍କ ଆଶା ପୁରଣ କରିବି।

Share Now:

Kalinga News Beuro

Next Post

ଶିଶୁଭବନକୁ ଚଳାଉଛନ୍ତି ଆୟୁଷ ଡାକ୍ତର

Sun Jun 16 , 2024
ଫାର୍ମାସିଷ୍ଟ ନାହାନ୍ତି, ଔଷଧ ବଣ୍ଟନକେନ୍ଦ୍ର ବନ୍ଦ ଭୁବନେଶ୍ୱର: ସବୁ ସରକାର ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଉଛି ବୋଲି ଦାବି କରି ଆସିଛନ୍ତି। ସେଥିପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ସହ ଉନ୍ନତ ଭିତ୍ତିଭୂମି ଯୋଗାଇ ଦିଆଯାଇଛି। ସବୁଠୁ ବଡ଼କଥା ହେଉଛି, ଲୋକଙ୍କ ପାଇଁ ମାଗଣା ଔଷଧ ସହ ଦେୟମୁକ୍ତ ପରୀକ୍ଷାନିରୀକ୍ଷା ସୁବିଧା କରା ଯାଇଛି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଏପରିକି ସବୁଠାରୁ ସମ୍ବେଦନଶୀଳ ଶିଶୁମାନଙ୍କର ଚିକିତ୍ସା ମଧ୍ୟ ଅବହେଳିତ ହୋଇ ରହିଛି। ଅନ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial