ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ: ମା’-ପୁଅଙ୍କ ସମେତ ୫ ମୃତ, ୩ ଜଣ ଗୁରୁତର

ପାଟଣାଗଡ଼ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଛି। ଏଥିରେ ମା’ ଓ ପୁଅଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତ କାରଣରୁ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚାଉଲବାଞ୍ଜି ଗ୍ରାମର ଦୀପକ ଖର୍ସେଲ ତାଙ୍କ ପରିବାରବର୍ଗଙ୍କ ସହ ନିଜ କପାଆଟକୁ କପା ମଞ୍ଜି ପୋତିବାକୁ ଯାଇଥିଲେ। ସେମାନେ ସେଠାରେ କାମ କରୁଥିବା ବେଳେ ବର୍ଷା ସହିତ ବଜ୍ରପାତ ହୋଇଥିଲା। ଫଳରେ ଦୀପକ ଓ ତାଙ୍କ ମା’ ସୂର୍ଯ୍ୟକାନ୍ତି ଖର୍ସେଲଙ୍କ ମୃତ୍ୟୁ ଘଟିଥିଲା। ସେହିପରି ବଜ୍ରଘାତରେ ଦୀପକଙ୍କ କାକା ପୁରନ୍ଦର ଖର୍ସେଲ ଗୁରୁତର ଥିବା ଜଣାପଡିଛି। ଦୀପକ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ଥିଲେ। ଏହି ଖବର ପାଇ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଭିଡ଼ ହୋଇଥିଲା।
ସେହିପରି ଆଜି ଅପରାହ୍ନରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍‌ ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ମଧ୍ୟ ବର୍ଷା ହୋଇଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୫ ଜଣ କୌଣସି କାମରେ ଯାଇଥିଲେ। ବର୍ଷାର ମାତ୍ରା ବଢ଼ିବାରୁ ସେମାନେ ଏକ ବଡ଼ ଗଛ ତଳେ ଛିଡ଼ା ହୋଇଥିଲେ। ଏତିକି ବେଳେ ଗଛ ଉପରେ ବଜ୍ର ପଡ଼ିଥିଲା। ଫଳରେ ୫ ଜଣ ଲୋକ ଅଚେତ ହୋଇ ପଡ଼ିଥିଲେ। ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହାୟତାରେ ୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Share Now:

Kalinga News Beuro

Next Post

‘କଲ୍କି ୨୯୮୯ ଏଡି’ର ଟିକେଟ ମୂଲ୍ୟ ଆଶ୍ଚର୍ଯ୍ୟ ଜନକ

Wed Jun 26 , 2024
ମୁମ୍ବାଇ: ପ୍ରଶଂସକମାନେ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୯୮୯ ଏଡି’କୁ ଅପେକ୍ଷା କରି ରହିଛନ୍ତି। ଏହି ଚଳଚ୍ଚିତ୍ରଟି ଜୁନ୍ ୨୭ରେ ଅର୍ଥାତ ଆସନ୍ତାକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏବଂ ଏହାର କ୍ରେଜ୍ ଏବେ ଲୋକଙ୍କ ମଧ୍ୟରେ ଦେଖାଯିବାକୁ ଲାଗିଲାଣି। ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍ ବଜାୟ ରଖିବା ପାଇଁ ନିର୍ମାତାମାନେ ପ୍ରତିଦିନ କିଛି ନା କିଛି ଅପଡେଟ୍ ସେୟାର୍ କରୁଥିଲେ, ଯେଉଁଥିପାଇଁ ଫିଲ୍ମକୁ ନେଇ ଦର୍ଶକଙ୍କ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial