ରଥଯାତ୍ରା ସମନ୍ୱୟ ବୈଠକ : ଅଂଶୁଘାତ ମୁକାବିଲା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି। ହାତରେ ସମୟ କମ୍ ଥିବାରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହାରି ଭିତରେ ବୁଧବାର ଦ୍ୱିତୀୟ ସମନ୍ୱୟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଶୃଙ୍ଖଳିତ ନୀତିକାନ୍ତି ଓ ଆଇନଶୃଙ୍ଖଳା କିପରି ବଜାୟ ରହିବ, ସେ ନେଇ ଆଲୋଚନା ହୋଇଛି। ରଥଯାତ୍ରା ବେଳେ ଟ୍ରାଫିକ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ଯେହେତୁ ଏଥର ଦୁଇଦିନ ଧରି ରଥଟଣା ହେବ, ତେଣୁ ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆବଶ୍ୟକୀୟ ପୁଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ଓ ୧୮ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହାସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସହ ସ୍ୱତନ୍ତ୍ର କଂଟ୍ରୋଲ ରୁମ୍ ମଧ୍ୟ କରାଯାଇଛି। ଅପରାଧୀଙ୍କୁ ଚିହ୍ନଟ ପାଇଁ ଏଆଇ ଟେକ୍ନୋଲୋଜିର ସହାୟତା ନିଆଯିବ।
ରଥଯାତ୍ରାରେ ଶୃଙ୍ଖଳିତ ନୀତି, ଆଇନଶୃଙ୍ଖଳା କିପରି କାଏମ ରହିବ, ସେ ନେଇ ଆଲୋଚନା ହୋଇଛି। ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ। ବଡ଼ କଥା ହେଉଛି ଏଥର ରଥଟଣା ଅପରାହ୍ଣ ୫ଟାରେ ହେବ। ତେଣୁ ରଥଟଣା ନୀତି ବିଳମ୍ବିତ ହେବା ଆଶଙ୍କା ଥିବାରୁ ଉଭୟ ଜୁଲାଇ ୭ ଓ ୮ ତାରିଖରେ ପ୍ରଶାସନିକ ବ୍ୟବସ୍ଥା ବଳବତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବୈଠକରେ ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ସ୍ୱତନ୍ତ୍ର ବର୍ଣ୍ଣ ୱାର୍ଡ, ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ପରିବହନ ବ୍ୟବସ୍ଥାକୁ ସୁଗମ କରିବା ନେଇ ଆଲୋଚନା ହୋଇଛି। ସେହିପରି ରଥଯାତ୍ରା ପାଇଁ ୧୫୦ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସହ ବସ୍ ଚଳାଚଳ ନେଇ ମଧ୍ୟ ବ୍ୟବସ୍ଥା କରାଯିବ। ସେହିପରି ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଥିବା ପୁରୀ ଜିଲ୍ଲାପାଳ କହିଛନ୍ତି। ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସହ ସହ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଖାଲି ପଡ଼ିଥିବା ଯୋଗାଣ ନିରୀକ୍ଷକ ପଦବି ଶୀଘ୍ର ପୂରଣ ହେବ : ମନ୍ତ୍ରୀ

Thu Jun 27 , 2024
ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଅନେକ ବ୍ଳକରେ ଯୋଗାଣ ନିରୀକ୍ଷକ ପଦବି ଖାଲି ପଡ଼ିଥିବା ବେଳେ ଏହା ପୂରଣ କରାଯିବା ସକାଶେ ତୁରନ୍ତ ଚେଷ୍ଟା କରାଯିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଏହା କହିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଅନେକ ଚାଲେଞ୍ଜ ରହିଛି। ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଣ ସବୁ ସମସ୍ୟା ରହିଛି, ସେସବୁ ବିଷୟରେ ଅବଗତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial