ଟ୍ରାଫିକ ପୋଷ୍ଟ ଉପରେ ମାଡ଼ିଗଲା କ୍ରେନ୍: ଅଳ୍ପକେ ବର୍ତ୍ତିଲେ ଦୁଇ କନଷ୍ଟେବଳ

ଟ୍ରାଫିକ ପୋଷ୍ଟ ଉପରେ ମାଡ଼ିଗଲା କ୍ରେନ୍

ଭୁବନେଶ୍ୱର: ରାଜଧାନୀର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଛକ ଶିଶୁଭବନ ଟ୍ରାଫିକ ପୋଷ୍ଟ ଉପରେ ଆଜି ସକାଳେ ଏକ କ୍ରେନ୍‌ ମାଡ଼ିଯାଇଛି। ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି କାର୍ଯ୍ୟରତ ଦୁଇ କନଷ୍ଟେବଳ। ସେମାନେ ହେଲେ ବିଜୟ ସାହୁ ଓ ପ୍ରକାଶ ମାର୍ଥା। ଧକ୍କା ଦେଇଥିବା କ୍ରେନକୁ ପୁଲିସ ଅଟକ ରଖିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୮ଟାରେ କ୍ରେନଟି ଏୟାରପୋର୍ଟ ଛକରୁ ରାଜମହଲ ଛକ ଅଭିମୁଖେ ଆସୁଥିଲା। ଭାରସାମ୍ୟ ହରାଇ ଟ୍ରାଫିକ ପୋଷ୍ଟ ଆଡକୁ ମାଡ଼ି ଆସିଥିଲା। ଏହାକୁ ଦେଖି ଦୁଇ କନଷ୍ଟେବଳ ଦୌଡିବାକୁ ଲାଗିଥିଲେ। କ୍ରେନଟି ଆସି ପୋଷ୍ଟକୁ ଧକ୍କା ଦେଇଥିଲା ପୋଷ୍ଟଟି ସମ୍ପୂର୍ଣ୍ଣ ଚୁରମାର୍‌ ହୋଇଯାଇଛି।

Share Now:

Kalinga News Beuro

Next Post

ପାକିସ୍ତାନ ଓ ଚୀନ୍‌କୁ ଚେତାବନୀ ଦେବାକୁ ଅର୍ଜୁନ ଟ୍ୟାଙ୍କ୍ ଆରୋହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

Sat Nov 14 , 2020
ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ୍‌କୁ ଚେତାବନୀ ଦେବାକୁ ଶନିବାର ଦିନ ପଶ୍ଚିମ ସୀମାନ୍ତର ଜୟସାଲେମର୍‌ ଅନ୍ତର୍ଗତ ଲଙ୍ଗେୱାଲା ପୋଷ୍ଟ୍‌ରେ ଦୀପାବଳୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଅର୍ଜୁନ ଟ୍ୟାଙ୍କ୍‌ ଆରୋହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ପାକିସ୍ତାନ ଓ ଚୀନ୍‌କୁ ଉଦ୍ଦେଶ୍ୟ କରି କହିଛନ୍ତି, ସମ୍ପ୍ରତି ଦେଶର ସେନାବାହିନୀ ଅନ୍ୟ ବୃହତ୍ ଦେଶମାନଙ୍କ ସହ ସମରାଭ୍ୟାସ ଚଳାଇଛି। ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ଆମେ ସାମରିକ ଭାଗିଦାରୀରେ ଲିପ୍ତ […]
ଅର୍ଜୁନ ଟ୍ୟାଙ୍କ୍ ଆରୋହଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial