ଖାଲ ଡାକୁଛି ଆ’ : ଖାଲରେ ପଡ଼ି ମରିବାରେ ଓଡ଼ିଶା‌ ସାରା ଦେଶରେ ପଞ୍ଚମ

ନା କେନ୍ଦ୍ର ନା ରାଜ୍ୟ ସରକାର, କାହାରି ତତ୍ପରତା ନାହିଁ

ଭୁବନେଶ୍ୱର : ରାସ୍ତାରେ ଥିବା ଖାଲରେ ପଡ଼ି ଲୋକ ଦୁର୍ଘଟଣାର ଶିକାର ‌େ‌ହବାରେ ଓଡ଼ିଶା ସାରା ଦେଶରେ ପଞ୍ଚମ। କେନ୍ଦ୍ର ସଡ଼କ ଓ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ଗତବର୍ଷ ଏହି ରି‌େପାର୍ଟ ଦେଇଛି। ଏହି ବିରଳ ରେକର୍ଡର ଅଧିକାରୀ ହୋଇଥିବା ଓଡ଼ିଶା ସରକାର କିନ୍ତୁ ଏତିକିରେ ଚେତିନାହାନ୍ତି। ସ୍ଥିତି ସୁଧାରିବେ କ’ଣ, ଅପେକ୍ଷା କରିଛନ୍ତି ଏହି ତାଲିକାରେ କେମିତି ଏକ ନମ୍ବର ସ୍ଥାନରେ ରହିବେ। ରାସ୍ତାରେ ପୂର୍ବବର୍ଷ ଯେତିକି ଖାଲ ଥିଲା, ତାହାଠାରୁ ଢେର୍ ଅଧିକ ଗୁଣା ଖାଲ ଏବେ ଆଁ କରି ଚାହିଁଛି। କିନ୍ତୁ ସମସ୍ତେ ବେଫିକର। ଖାଲ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଥିଲେ ହେଁ ଆମ ନେତା, ମନ୍ତ୍ରୀ, ବାବୁମାନଙ୍କ ନିଦ ଭାଙ୍ଗୁନି। ସଡ଼କ ଓ ପରିବହନ, ଜାତୀୟ ରାଜପଥ ମନ୍ତ୍ରାଳୟ ଏହି ରିପୋର୍ଟ ଜାରି କରିଥିଲେ ହେଁ ଏହି ମନ୍ତ୍ରାଳୟ ଅଧୀନରେ ଥିବା ଜାତୀୟ ରାଜପଥଗୁଡ଼ିକ ହିଁ ସବୁଠୁ ଅଧିକ ଖରାପ ସ୍ଥିତିରେ ଅଛି। ରାଜଧାନୀରେ ଜାତୀୟ ରାଜପଥ ଅବସ୍ଥା ଏତେ ଖରାପ ଯେ ଏହାକୁ ଦେଖିଲେ ବାକି ରାଜ୍ୟରେ ରାସ୍ତା କେମିତି ଅଛି, ତାହା ଜାଣି ହେବ। ଆଶ୍ଚର୍ଯ୍ୟର ବିଷୟ, ଓଡ଼ିଶାରୁ ଦୁଇଜଣ ଏବେ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି। କିନ୍ତୁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ନଜରରେ ଭୁବନେଶ୍ୱରର ଜାତୀୟ ରାଜପଥର ଦୁରାବସ୍ଥା ପଡ଼ୁନି। ରାଜ୍ୟ ସରକାର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରକୁ ନିୟମିତ ବ୍ୟବଧାନରେ ଚିଠି ଲେଖି ଚାଲିଛନ୍ତି।
ଯେଉଁ ରାସ୍ତା ପାଇଁ ବର୍ଷକୁ ଶହଶହ ଜୀବନ ଅକାଳରେ ଯାଉଛି ସେହି ରାସ୍ତା ସଜାଡ଼ିବାକୁ ଖଣ୍ଡେ ଚିଠି ଲେଖି ପାରୁନାହାନ୍ତି। ମୁଖ୍ୟ ଶାସନ ସଚିବ ନିୟମିତ ବ୍ୟବଧାନରେ ଓଡ଼ିଶା ଦାୟିତ୍ବରେ ଥିବା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀଙ୍କୁ ଡାକି ବୈଠକ କରୁଛନ୍ତି। କିନ୍ତୁ ଖାଲଖମାରେ ଭର୍ତ୍ତି ଜାତୀୟ ରାଜପଥକୁ ମରାମତି କରିବାକୁ କଡ଼ା କରି ଟିକେ କହି ପାରୁନାହାନ୍ତି। ଯେମିତି ସାଧାରଣ ଲୋକ ମଲେ ବି ଆମ ରାଜନେତା ଓ ବାବୁଙ୍କର କିଛି ଯାଏ ଆସ ନାହିଁ। ରାଜଧାନୀର ରାଜରାସ୍ତା କିପରି ଖାଲମୟ ହୋଇଯାଇଛି, କିପରି ମୃତ୍ୟୁର ଯନ୍ତା ବସିଛି, ତାହା ଜୟଦେବ ବିହାରରୁ ହଂସପାଳ ପର୍ଯ୍ୟନ୍ତ ଥରଟିଏ ବୁଲି ଆସିଲେ ଜଳଜଳ ଦିଶୁଛି

Share Now:

Kalinga News Beuro

Leave a Reply

Next Post

ବେଆଇନ ଖଣି ଖନନ ମାମଲା : ତହସିଲଦାର ଓ ଆଇଆଇସିଙ୍କୁ ୭ ଘଣ୍ଟା ଜେରା

Sun Aug 18 , 2019
ଏସ୍‌ଟିଏଫ୍‌ରେ ହାଜର ହେଲେ, ୨୧ରେ ପୁଣି ଆସିବେ, ଜେରାର ହେଲା ଭିଡିଓ ରେକର୍ଡିଂ ଭୁବନେଶ୍ୱର : ଖୋର୍ଦ୍ଧା ବେଆଇନ ଖଣି ଖନନ ମାମଲାରେ ଖୋର୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ସଦର ଥାନା ଆଇଆଇସି ବିକ୍ରମ କେଶରୀ ଜେନାଙ୍କୁ ଆଜି ଏସ୍‌ଟିଏଫ ଜେରା କରିଛି। ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍‌ଣ ସାଢ଼େ ୫ଟା ପର୍ଯ୍ୟନ୍ତ ପାଖାପାଖି ୭ ଘଣ୍ଟା ସେମାନଙ୍କୁ ଜେରା କରାଯାଇଛି। ବେଆଇନ ଖଣି ଖନନରେ ଏମାନଙ୍କର ସମ୍ପୃକ୍ତି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial