ବିଳମ୍ବିତ ରାତିରେ ଲାଗିଲା ନିଆଁ : ଗୁହାଳରେ ଜଳିଗଲେ ୭୦ମେଣ୍ଢା, ୩୦ ଆହତ

ଗୁହାଳରେ ଜଳିଗଲେ ୭୦ମେଣ୍ଢା

ପୁରୀ: ମେଣ୍ଢା ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୭୦ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି। ଆହୁରି ୩୦ଟି ମେଣ୍ଢା ଆହତ ଅଛନ୍ତି। ପ୍ରାୟ ୧୦୦ ମେଣ୍ଢାକୁ ଉଦ୍ଧାର କରାଯାଇପାରିଛି। ପୁରୀ ସଦର ବ୍ଲକ ତଳଜଙ୍ଗର ଡିହସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅପ୍ରୀତିକର ଘଟଣା ଘଟିଛି। ‌ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତି ପୁରୀ ସଦର ବ୍ଲକ ତଳଜଙ୍ଗର ଡିହସାହିରେ ଏକ ମେଣ୍ଢା ଫାର୍ମରେ ନିଆଁ ଲାଗିଥିଲା। ଏଥିରେ ପ୍ରାୟ ୭୦ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩୦ଟି ମେଣ୍ଢା ଆହତ ହୋଇଛନ୍ତି। କିନ୍ତୁ ସ୍ଥାନୀୟ ଲୋକଙ୍କର ଉଦ୍ୟମ ଯୋଗୁଁ ୧୦୦ଟି ମେଣ୍ଢାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି। ଏବେବି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସୂଚନା ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି। ମେଣ୍ଢା ଗୁହାଳର ମାଲିକ କାଳୁ ନାୟକ କହିଛନ୍ତି ଗତକାଲି ବିଳମ୍ବିତ ରାତିରେ ମୋର ମେଣ୍ଢା ଫାର୍ମରେ ନିଆଁ ଲାଗିଥିଲା। ଫାର୍ମରେ କୌଣସି କାରଣରୁ ଭୟାନକ ଅଗ୍ନିକାଣ୍ଡ ଘଟିଥିଲା। ଏହା ଦ୍ୱାରା ୭୦ ମେଣ୍ଢା ଆଖି ଆଗରେ ଜଳିଯାଇଥିଲେ। ୩୦ଟି ମେଣ୍ଢା ଆହତ ହୋଇଥିଲା ବେଳେ ଶତାଧିକ ମେଣ୍ଢାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Share Now:

Kalinga News Beuro

Next Post

ପଥରବନ୍ଧରେ ଭାସୁଛି ବର୍ଜ୍ୟଜଳ : ଡେଙ୍ଗୁ ମଶାଙ୍କ ପାଇଁ ଅନୁକୂଳ ପରି‌ବେଶ

Wed Aug 30 , 2023
ମଇଳା ପାଣି ସାଙ୍ଗକୁ ଅଳିଆ ଗନ୍ଧରେ ‌ଲୋକେ ହନ୍ତସନ୍ତ ଭୁବନେଶ୍ୱର: ରାଜ୍ୟବ୍ୟାପୀ ଏବେ ଡେଙ୍ଗୁକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ରାଜଧାନୀରେ ପ୍ରତ୍ୟହ ପାଖାପାଖି ୭୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ବିଏମ୍‌ସି ପକ୍ଷରୁ ସଚେତନତାଠାରୁ ଆରମ୍ଭ କରି ଡ୍ରାଏ ଡେ’ ଭଳି ଅନେକ କାର୍ଯ୍ୟକ୍ରମ ହାତକୁ ନିଆ ଯାଉଥିଲେ ମଧ୍ୟ ତା’ର କାଣିଚାଏ ସଫଳତା ରାଜଧାନୀବାସୀ ଅନୁଭବ କରିପା‌ରୁନାହାନ୍ତି। ଏଭଳି କ୍ଷେତ୍ରରେ ଡେଙ୍ଗୁ ମଶାଙ୍କ ପାଇଁ ଅନୁକୂଳ ପରିବେଶ […]
ଡେଙ୍ଗୁ ମଶାଙ୍କ ପାଇଁ ଅନୁକୂଳ ପରି‌ବେଶ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial