ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଭାବପ୍ରବଣ ହୋଇ କାନ୍ଦି ପକାଇଲେ ପ୍ରଭାତ ବିଶ୍ୱାଳ

କଟକ : କ୍ୟାମେରା ଆଗରେ କୋହକୁ ନିୟନ୍ତ୍ରଣ କରିପାରିଲେନି ବିଧାୟକ ପ୍ରଭାତ ବିଶ୍ୱାଳ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ସିଟି ସ୍କାନ କରାଯାଇଥିଲା। ଏଥିଲାଗି କଟକ ବଡ଼ ଡାକ୍ତରଖାନା ଆସିଥିବା ବେଳେ ପ୍ରତିକ୍ରିୟା ଦେବାକୁ ଯାଇ କାନ୍ଦିପକାଇଛନ୍ତି କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ । ସେ ଗଣମାଧ୍ୟମକୁ କହିଥିଲେ, ମୋତେ ଭାରି ନିସ୍ତେଜ ଲାଗୁଛି । ଆଉ ବଂଚିବାକୁ ଇଛା ନାହିଁ । ସତ୍ୟର ଜୟ ହେଉ। ସିସୋର ଚିଟଫଣ୍ଡ ଲିଙ୍କ ନେଇ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଯିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ପ୍ରଭାତ ବିଶ୍ୱାଳଙ୍କ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ, କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ । କିଛି ଦିନ ପୂର୍ବରୁ ଖବର ଆସିଥିଲା ପ୍ରଭାତ ବିଶ୍ୱାଳ ଅଧିକାଂଶ ଲୋକଙ୍କୁ ମଧ୍ୟ ଠିକ୍ ଭାବେ ଚିହ୍ନି ପାରୁନାହାନ୍ତି । ସେ ବଡ ଡାକ୍ତରଖାନାର ଆଂଚଳିକ ମେରୁଦଣ୍ଡ ନିଦାନ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ପୂର୍ବରୁ ତାଙ୍କର ମେରୁଦଣ୍ଡ ଓ ପାକସ୍ଥଳିରେ ସଂକ୍ରମଣ କାରଣରୁ ଅପରେସନ କରାଯାଇଥିଲା । । ଗତ ୨୦୧୭ ସେପ୍ଟେମ୍ବର ୧୯ ତାରିଖରେ ତାଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ଚିକିତ୍ସାଧିନ ଅଛନ୍ତି ପ୍ରଭାତ ବିଶ୍ୱାଳ । ଇତି ମଧ୍ୟରେ ଗତ ଏପ୍ରିଲ ମାସରେ, ସିସୋରକୁ ଜମି ବିକ୍ରି ମାମଲାରେ ଜାମିନ ମିଳିଥିଲା । କିନ୍ତୁ ଗିରଫ ହେବା ପରଠାରୁ ହିଁ ସେ ଅସୁସ୍ଥ ଅଛନ୍ତି ।

Share Now:

Kalinga News Beuro

Leave a Reply

Next Post

୬୧୯ ଥାନାକୁ ‘ବ୍ରେଥ୍‌ ଆନାଲାଇଜର୍‌’ ଅନୁମତି

Sat Jun 2 , 2018
କଟକ: ମଦୁଆ ଚାଳକଙ୍କୁ ସାବାଡ୍‌ କରିବା ପାଇଁ ନୂଆ ରଣନୀତି। ଏଣିକି କେବଳ ସହରାଞ୍ଚଳ ନୁହେଁ, ରାଜ୍ୟର ସମସ୍ତ ଗ୍ରାମାଞ୍ଚଳ ପୁଲିସ ବି ବ୍ରେଥ୍‌ ଆନାଲାଇଜର୍‌ ବା ମଦଧରା ମେସିନ୍‌ ଜରିଆରେ ମଦୁଆ ଚାଳକଙ୍କୁ ଧରିପାରିବେ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଆଜି ରାଜ୍ୟର ସମସ୍ତ ୬୧୯ ଥାନାକୁ ଏହି ଅନୁମତି ମିଳିଛି। କଟକ କ୍ରାଇମବ୍ରାଞ୍ଚ୍‌ କାର୍ଯ୍ୟାଳୟରେ ଆୟୋଜିତ ‘ବ୍ରେଥ୍‌ ଆନାଲାଇଜର୍‌’ ଶୀର୍ଷକ କର୍ମଶାଳାରେ ଜିଲ୍ଲାଓ୍ଵାରୀ ଯୋଗ ଦେଇଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial