ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଉଦ୍‌ଘାଟିତ : ମତୁଆଲା କଲା ମଥାରେ ଓଢ଼ଣି ଦେବି

ଖଣ୍ଡଗିରି: ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହେଲା କାର୍ଯ୍ୟକ୍ରମ। ନିପୁଣା ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ପୌରାଣିକ କଥାବସ୍ତୁ ଆଧାରରେ ନୃତ୍ୟ ପ୍ରଦର୍ଶନ କଲେ। ପରେପରେ କୁନିକୁନି କଳାକାରମାନେ ଦେଶାତ୍ମବୋଧ ସଂଗୀତରେ ନୃତ୍ୟ ପ୍ରଦର୍ଶନ କଲେ। ହାଲୁକା ହାଲୁକା ଶୀତୁଆ ସନ୍ଧ୍ୟାରେ ଏହି ସବୁ ଶାସ୍ତ୍ରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୁଗ୍‌ଧ କରିଥିଲା ସତ, କିନ୍ତୁ ମାହୋଲ ଗରମାଗରମ ହୋଇପାରିନଥିଲା। କିନ୍ତୁ ଅନ୍ତରା ଚକ୍ରବର୍ତ୍ତୀ ମଞ୍ଚକୁ ଓହ୍ଲାଇବା ମାତ୍ରେ କରତାଳିରେ ଫାଟିପଡ଼ିଲା ପରିବେଶ। ‘ଆମ ଗାଁ ଝିଅ ଖାଣ୍ଟି ଗୁଆଘିଅ’ ଗୀତ ପରେପରେ ‘ମଥାରେ ଓଢ଼ଣି ଦେବି, ଶାଶୂଘର ଚାଲିଯିବି’ ଗାଇ ଅନ୍ତରା ପୂରା ପରିବେଶ‌ରେ ଉଷ୍ମତା ଭରିଦେଇଥିଲେ। ରୋମାଣ୍ଟିକ୍‌ ଗୀତର ତାଳେତାଳେ ଝୁମିଥିଲେ ଦର୍ଶକମାନେ। ଆଜି ଖଣ୍ଡଗିରି ପାନ୍ଥିକା ପରିସରରେ ଉଦ୍‌ଘାଟିତ ଖଣ୍ଡଗିରି-ଉଦୟଗିରି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଏମିତି ଥିଲା ମାହୋଲ୍‌।
ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଓ ସ୍ଵେଛାସେବୀ ଅନୁଷ୍ଠାନ ‘କଲ୍ୟାଣ’ ପକ୍ଷରୁ ଆୟୋଜିତ ଏହି ମହୋତ୍ସବର ପ୍ରଥମ ପର୍ଯ୍ୟାୟରେ କୋକିଳା ଡ୍ୟାନ୍‌ସ ଏକାଡେମୀ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲା। ଧୃତରାଷ୍ଟ୍ର, ମା’ ସୀତା ଓ ଭକ୍ତ ପ୍ରହ୍ଲାଦଙ୍କ ପିତା ରାଜା ହିରଣ୍ୟକଶିପୁଙ୍କ କଥାବସ୍ତୁକୁ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାପରେ କୁନିକୁନି ପିଲାମାନେ ଦେଶାତ୍ମକବୋଧ ଗୀତ ‘ଲେହରା ଦୋ’, ‘ଜୟ ହୋ’ରେ ନୃତ୍ୟ କରିଥିଲେ। ସେହିଭଳି ସୁର୍‌ସାଗର ମ୍ୟୁଜିକାଲ୍‌ ଗ୍ରୁପ୍‌ରେ କଣ୍ଠଶିଳ୍ପୀ ନରେଶ ନାରାୟଣ, ନେହା ନିହାରିକା କର ଦର୍ଶକଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲେ। ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କୃଷି ଉନ୍ନୟନ ନିଗମ ଉପାଧ୍ୟକ୍ଷ ସନ୍ତୋଷ ବେଜ୍‌, କର୍ପୋରେଟର ସଂଯୁକ୍ତା ସୁନ୍ଦରରାୟ, କିରଣବାଳା ମାଝୀ, ଛବି ଦାସ, ମହାମାୟା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ କର୍ପୋରେଟର୍‌ ସୁଜିତ୍ ସ୍ବାଇଁ, ରୁନୁ ଜେନା, ଅନୁଷ୍ଠାନର ସମ୍ପାଦକ ଦୀପକ ମହାପାତ୍ର, ଦାଶରଥୀ ଗରାବଡୁ, ଅଶ୍ୱିନୀ ସୁନ୍ଦରରାୟ ଓ ହୃଦୟ ବଲ୍ଲଭ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

କ୍ଷମତାର ଅପବ୍ୟବହାର କରି ଚନ୍ଦା କୋଚ୍ଚରଙ୍କୁ ଗିରଫ କରିଥିଲା ସିବିଆଇ : ହାଇକୋର୍ଟ

Mon Feb 19 , 2024
ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଋଣ ଠକେଇ ମାମଲାରେ ଗିରଫ କରିବା ‘ମସ୍ତିଷ୍କ ପ୍ରୟୋଗ ବିହୀନ ଏବଂ ଆଇନର ଅସମ୍ମାନ’ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅନୁଜା ପ୍ରଭୁଦେଶାଇ ଏବଂ ଜଷ୍ଟିସ୍‌ ଏନ୍‌ଆର୍‌ ବୋରକରଙ୍କୁ ନେଇ ଗଠିତ ଖଣ୍ଡପୀଠ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial