ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇପାରେ ‘ଦ କେରଳ ଷ୍ଟୋରି’

‘ଦ କେରଳ ଷ୍ଟୋରି’

ମୁମ୍ବାଇ: ‘ଦ କେରଳ ଷ୍ଟୋରି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର କାହାଣୀକୁ ବହୁତ ପସନ୍ଦ କରୁଥିବାବେଳେ ଏବେ ଏହି ଫିଲ୍ମ ଆୟ ଦୃଷ୍ଟିରୁ ଶହେ କୋଟି କ୍ଲବରେ ସାମିଲ ମଧ୍ୟ ହୋଇସାରିଛି। ମିଳିଥିବା ସୂଚନା ମୁତାବକ ‘ଦ କେରଳ ଷ୍ଟୋରି’ ମେ ୧୨ରେ ୧୨.୩୫ କୋଟି ଟଙ୍କା ଆୟ କରିଥିଲା। ସେହିପରି ମେ ୧୩ ୧୯.୫ କୋଟି ଟଙ୍କା ସଂଗ୍ରହ କରିଛି। ଆଉ ଏହାକୁ ମିଶାଇ ଏହି ଫିଲ୍ମର ମୋଟ ରୋଜଗାର ୧୧୨.୯୯ କୋଟିରେ ପହଞ୍ଚିଛି। ତେବେ କିଛି ଲୋକ ଏପର୍ଯ୍ୟନ୍ତ ପ୍ରେକ୍ଷାଳୟରେ ଫିଲ୍ମ ଦେଖିଥିବାବେଳେ କିଛି ଲୋକ ଫିଲ୍ମର ଓଟିଟିରେ ରିଲିଜକୁ ଅପେକ୍ଷା କରିଛନ୍ତି।
ତାଜା ସୂଚନା ମୁତାବକ ଏବେ ଏହି ଫିଲ୍ମର ନିର୍ମାତାମାନେ ଓଟିଟି ରିଲିଜ୍ ପାଇଁ ଏକ ଚୁକ୍ତି କରିଛନ୍ତି। ଖବର ଅନୁଯାୟୀ, ଜି ନେଟୱାର୍କ ଫିଲ୍ମ ‘ଦ କେରଳ ଷ୍ଟୋରି’ର ଷ୍ଟ୍ରିମିଂ ରାଇଟ୍ସ କିଣିଛି, ତେଣୁ ଏହା ଜ଼ୀ୫ ରେ ମୁକ୍ତିଲାଭ କରିପାରେ। ତେବେ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏନେଇ କୌଣସି ଘୋଷଣା କରାଯାଇ ନାହିଁ। ଉଲ୍ଲେଖ ଥାଉ କି ସୁଦୀପ୍ତ ସେନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଦର୍ଶାଯାଇଛି ଯେ କେରଳର ମହିଳାମାନଙ୍କୁ କିପରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଦ୍ୱାରା ନିଯୁକ୍ତି ଦିଆଯାଇଥିଲା। ଗତ ସପ୍ତାହରେ ମୁକ୍ତିଲାଭ କରିବା ପରଠାରୁ ଏହି ଚଳଚ୍ଚିତ୍ର ବିବାଦର କେନ୍ଦ୍ରବିନ୍ଦୁରେ ରହିଛି।

Share Now:

Kalinga News Beuro

Next Post

ଗଛ ପକାଇ ରାସ୍ତା ଅବରୋଧ କଲେ ନକ୍ସଲ : ମାରିଲେ ବ୍ୟାନର ଓ ପୋଷ୍ଟର

Mon May 15 , 2023
ରାୟଗଡା: ଗତ ଶୁକ୍ରବାର ଦିନ ମାଓବାଦୀମାନେ ଏକ ଅଡିଓ ଟେପ ଜାରି କରି ୧୫ ତାରିଖ ଦିନ ୭ଟି ଜିଲ୍ଲାକୁ ବନ୍ଦ ଡାକରା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଜି ନକ୍ସଲଙ୍କ ପକ୍ଷରୁ ସାତଟି ଜିଲ୍ଲାରେ ପୋଷ୍ଟର ଏବଂ ବ୍ୟାନର ମାରି ବନ୍ଦ ପାଳନ କରିବାକୁ ଆହ୍ବାନ କରିଥିଲେ। ତେବେ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳଗୁଡିକରେ ନକ୍ସଲଙ୍କର ବନ୍ଦ ଡାକରାର ପ୍ରଭାବ ରହିଥିବାବେଳେ ଅନ୍ୟ ସ୍ଥାନଗୁଡିକରେ ଏହା ପ୍ରଭାବଶୂନ୍ୟ ରହିଥିଲା। ତେବେ ଆଜି […]
ରାସ୍ତା ଅବରୋଧ କଲେ ନକ୍ସଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial