୧୦୫୫୧୨ରେ ପହଞ୍ଚିଲା ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବରରେ କରୋନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୩୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ୨୩୭ଜଣଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୭୭ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୦ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀରୁ ୧୮୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ଭୁବ‌ନେଶ୍ବରରେ ଏଯାବତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୫୧୨ରେ ପହଞ୍ଚିଛି। ସେହିପରି ଆଜିର ସୁସ୍ଥଙ୍କୁ ମିଶାଇଲେ ରାଜଧାନୀରେ ସୁସ୍ଥ ସଂଖ୍ୟା ୧୦୧୦୭୯ରେ ପହଞ୍ଚିଛି। ଏବେ ସୁଦ୍ଧା କରୋନା ସକ୍ରିୟ ସଂଖ୍ୟା ୩୪୩୩ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୯୮୦ରେ ପହଞ୍ଚିଛି।

Share Now:

Kalinga News Beuro

Next Post

ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର ଓ ଆଖଣ୍ଡଳମଣି ମନ୍ଦିର

Mon Aug 23 , 2021
ଭଦ୍ରକ : ଆଜି ଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଖୋଲିଛି। ଠିକ୍ ସେହିପରି ଲିଙ୍ଗରାଜ ମନ୍ଦିରକୁ ଛାଡ଼ି ଆଜିଠୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ଅନ୍ୟସବୁ ଧର୍ମାନୁଷ୍ଠାନ ଖୋଲିଛି। ଅପରପକ୍ଷରେ ୪ ମାସ ପରେ ଆଜି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି। ଆଜି ଠାରୁ ମନ୍ଦିର ଖୋଲିବା ନେଇ ଜାରି ହୋଇଛି […]
ଖୋଲିଲା ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial