ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଲା ଶ୍ରୀମନ୍ଦିର ଓ ଆଖଣ୍ଡଳମଣି ମନ୍ଦିର

ଖୋଲିଲା ମନ୍ଦିର

ଭଦ୍ରକ : ଆଜି ଠାରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପୁରୀର ବିଶ୍ବପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଖୋଲିଛି। ଠିକ୍ ସେହିପରି ଲିଙ୍ଗରାଜ ମନ୍ଦିରକୁ ଛାଡ଼ି ଆଜିଠୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ଅନ୍ୟସବୁ ଧର୍ମାନୁଷ୍ଠାନ ଖୋଲିଛି। ଅପରପକ୍ଷରେ ୪ ମାସ ପରେ ଆଜି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି। ଆଜି ଠାରୁ ମନ୍ଦିର ଖୋଲିବା ନେଇ ଜାରି ହୋଇଛି ନୂଆ ଏସଓପି।

ଭକ୍ତମାନେ ସ୍ୱତନ୍ତ୍ର ବ୍ୟାରିକେଡରେ ଯାଇ କେବଳ ବାବାଙ୍କୁ ଦର୍ଶନ କରୁଛନ୍ତି। ଏପରିକି ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟକୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ନେଇପାରିବେ ନାହିଁ। ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହ ଭକ୍ତମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି। ମନ୍ଦିର ସାନିଟାଇଜ ପାଇଁ ଶନିବାର ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୧୦ ବର୍ଷରୁ କମ୍, ୬୫ ବର୍ଷରୁ ଅଧିକ ବ୍ୟକ୍ତି ମନ୍ଦିର ନ ଯିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।

Share Now:

Kalinga News Beuro

Next Post

ଅର୍ଣ୍ଣିଆ ସେକ୍ଟର୍‌ରେ ଡ୍ରୋନ୍‌ ଉପରକୁ ଗୁଳି ଚଳାଇଲା ‘ବିଏସ୍‌ଏଫ୍‌’

Mon Aug 23 , 2021
ନୂଆଦିଲ୍ଲୀ: ସୋମବାର ବଡ଼ି ସକାଳୁ ଜମ୍ମୁ ଜିଲ୍ଲାର ଅର୍ଣ୍ଣିଆ ସେକ୍ଟର୍‌ ଅନ୍ତର୍ଗତ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାନ୍ତ ଅଞ୍ଚଳରେ ଗୋଟାଏ ଉଡ଼ନ୍ତା ବସ୍ତୁ ଉପରକୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଗୁଳି ଚଳାଇଛି। ‘ବିଏସ୍‌ଏଫ୍‌’ର ଜଣେ ମୁଖପାତ୍ର କହିଛନ୍ତି, ଆଜି ସକାଳ ପ୍ରାୟ ୫.୩୦ରେ ‘ଆଇବି’ ନିକଟବର୍ତ୍ତୀ ଆର୍ଣ୍ଣି୍ଆ ସେକ୍ଟର୍‌ରେ ଫର୍‌ୱାର୍ଡ ଯବାନମାନେ ଆକାଶରେ ଦପଦପ ହେଉଥିବା ଲାଲ୍‌ ଓ ହଳଦିଆ ରଙ୍ଗର ଆଲୋକ ଦେଖିଥିଲେ। ଉକ୍ତ ଉଡ଼ନ୍ତା ବସ୍ତୁକୁ ଲକ୍ଷ୍ୟ […]
ଅର୍ଣ୍ଣିଆ ସେକ୍ଟର୍‌ରେ ଡ୍ରୋନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial