ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ : ଜାତୀୟ ରାଜପଥରେ ଅଣ୍ଟାଏ ଉଚ୍ଚର ପାଣି

ଅସରାଏ ବର୍ଷାରେ ଉବୁଟୁବୁ ରାଜଧାନୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଅବିଶ୍ରାନ୍ତ ବର୍ଷା। ମାତ୍ର କିଛି ସମୟର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ। ଆଜି ଅପରାହ୍ନରେ ହଠାତ ରାଜଧାନୀ ଭୁବନେଶ୍ୱର ‌ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହା ପରେ ହଠାତ ମୂଷଳ ଧାରାରେ ବର୍ଷିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧଘଣ୍ଟାରେ ବୁଡ଼ି ଯାଇଥିଲା ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳ। ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଇସ୍କନ ମନ୍ଦିର ସାମ୍ନା ଜାତୀୟ ରାଜପଥ, ନୟାପଲ୍ଲୀ ବେହେରା ସାହି, ବମିଖାଲ, ଅଞ୍ଚଳରେ ଦୟନୀୟ ସ୍ଥିତି ହୋଇଥିଲା। ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ରାସ୍ତାରେ ଯାଆସ ଠପ୍ ହୋଇଯାଇଥିଲା। ପାଣି ସୁଅରେ ବୁଡ଼ି ଯାଇଥିଲା ବହୁ କାର ଓ ବାଇକ। ତଳିଆ ଅଞ୍ଚଳରେ କେଉଁଠି କେଉଁଠି ଅଣ୍ଟାଏ ଉଚ୍ଚର ପାଣି ମଧ୍ୟ ଛିଡ଼ା ହୋଇ ରହିଥିଲା।

Share Now:

Kalinga News Beuro

Next Post

ଦ୍ରୁତବେଗରେ ବ୍ୟାପୁଛି ଡେଙ୍ଗୁ : ୨ ଦିନରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରୋଗୀ ସଂଖ୍ୟା ୨ ଗୁଣ

Tue Jul 20 , 2021
ଭୁବନେଶ୍ବର : କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ଗତ ଶନିବାର ସୁଦ୍ଧା ୧୨ ଜଣ ଡେଙ୍ଗୁ ଆକ୍ରାନ୍ତ ଏଠା‌ରେ ଚିକିତ୍ସାଧୀନ ଥିଲେ। ସୋମବାର ଏହି ସଂଖ୍ୟା ୨୩ରେ ପହଞ୍ଚିଥିବାରୁ ଆକ୍ରାନ୍ତ ସଂଖ୍ୟା ଦୁଇ ଗୁଣକୁ ଛୁଇଁବାକୁ ଯାଉଛି। ହସ୍ପିଟାଲ୍‌ର ନର୍ସିଂହୋମ୍‌ରେ ବର୍ତ୍ତମାନ ୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ୍‌ ଡେଙ୍ଗୁ ୱାର୍ଡରେ ମୋଟ୍‌ ୩୦ଟି ଶଯ୍ୟା ରହିଛି। କିନ୍ତୁ ଡେଙ୍ଗୁ […]
ଦ୍ରୁତବେଗରେ ବ୍ୟାପୁଛି ଡେଙ୍ଗୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial