ନବୀନ କ୍ୟାବିନେଟ୍‌ରେ ନୂଆ ମନ୍ତ୍ରୀ ହେଲେ ବିକ୍ରମ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ

ନବୀନ କ୍ୟାବିନେଟ୍‌ରେ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସୋମବାର ସକାଳ ୯ଟା ୫୦ରେ ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଅର୍ଥ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ୱ ମିଳିଛି। ବିଧାୟକ ବିକ୍ରମ କେଶରୀ ଆରୁଖ(ଅର୍ଥ), ସୁଦାମ ମାରାଣ୍ଡି(ବିଦ୍ୟାଳୟ ଓ ଗଣଶିକ୍ଷା) ସାରଦା ପ୍ରସନ୍ନ ନାୟକ(ଶ୍ରମ)ବିଭାଗ ଦାୟିତ୍ଵ ମିଳିଛି। ସମସ୍ତଙ୍କୁ ଗତକାଲି ସନ୍ଧ୍ୟାରେ ଫୋନ୍‌ କଲ ଯାଇଥିଲା। ଏହି ତିନି ବିଧାୟକ ନିଜ ନିଜ ଅଞ୍ଚଳରେ ଦକ୍ଷ ଏବଂ ସଂଗଠନର ବିକାଶ ପାଇଁ ତୃଣମୂଳ ସ୍ତରରେ କାମ କରିଛନ୍ତି। ସେହିପରି ୩ ଜଣ ବିଧାୟକ ମଧ୍ୟ ପୂର୍ବରୁ ମନ୍ତ୍ରୀ ପଦରେ ରହି ଦାୟିତ୍ୱ ତୁଳାଇଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଦିନକ ପୂର୍ବରୁ ଅର୍ଥାତ୍ ରବିବାର ରାତି ୮ଟାରେ ହରିଆନାରୁ ଫେରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା‌ ଦେଇଥିବା ବେଳେ ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତେଣୁ ୩ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍‌ କରାଯିବାରଥିଲା। ପରବର୍ତ୍ତୀ ସମୟରେ ନୂଆ ବାଚସ୍ପତି ଚୟନ ହେବେ। କାହା ଉପରେ ମୁଖ୍ୟମନ୍ତ୍ରୀ ସୁନା କଳସ ଢାଳିବେ, ତାହାକୁ ନେଇ ଜୋର୍‌ଦାର ଅଙ୍କକଷା ଚାଲିଛି।

Share Now:

Kalinga News Beuro

Next Post

ରାୟଦୁର୍ଗରେ ୬୦୦୦ ବର୍ଷର ପ୍ରସ୍ତର ଯୁଗୀୟ ସାମଗ୍ରୀ

Mon May 22 , 2023
ହାଇଦ୍ରାବାଦ : ଶନିବାର ରାୟଦୁର୍ଗର ବିଏନ୍‌ ରେଡ୍ଡୀ ହିଲ୍‌ସର ପ୍ରାକୃତିକ ଶିଳା ତଳୁ ନୂତନ ପ୍ରସ୍ତର ଯୁଗୀୟ ସାମଗ୍ରୀ ମିଳିଛି ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ ଦାବି କରିଛନ୍ତି। ହାଇଦ୍ରାବାଦରେ ୬୦୦ ବର୍ଷ ତଳର ସାମଗ୍ରୀ ମିଳିବାର ଏହା ହେଉଛି ପ୍ରଥମ ଘଟଣା।ଖ୍ରୀଷ୍ଟପୂର୍ବ ୧୨,୦୦୦ରୁ ୬୦୦୦ ବର୍ଷର ଅବଧିକୁ ନୂତନ ପ୍ରସ୍ତର ଯୁଗ ବୋଲି କୁହାଯାଇଥାଏ। ପୂର୍ବରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ନୂତନ ପ୍ରସ୍ତର ଯୁଗୀୟ ସାମଗ୍ରୀ ମିଳିଥିଲେ ମଧ୍ୟ ହାଇଦ୍ରାବାଦରୁ ମିଳି […]
ରାୟଦୁର୍ଗରେ ୬୦୦୦ ବର୍ଷର ପ୍ରସ୍ତର ଯୁଗୀୟ ସାମଗ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial