ନିଶା ଔଷଧ ପକାଇ ଲୁଟିନେଲେ ସୁନାଗହଣା

ନିଶା ଔଷଧ ପକାଇ ଲୁଟିନେଲେ ସୁନାଗହଣା

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଗୋପବନ୍ଧୁ ନଗର ରାଇସମିଲ୍‌ ପରିସରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଗତକାଲି ରାତିରେ ଚୋରି ହୋଇଛି। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନିଶା ଔଷଧ ସିଞ୍ଚନ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ଅଭିଯୋଗ ପରେ ପୁଲିସ ତଦନ୍ତ କରିବା ସହିତ ପଡ଼ୋଶୀ ଘରର ସିସି କ୍ୟାମେରା ଯାଞ୍ଚ କରିଛି। ହେଲେ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଅଭିଯୋଗ ଅନୁଯାୟୀ, ରାଇସମିଲ୍‌ ପରିସରରେ କଳିଙ୍ଗନଗରସ୍ଥିତ ଜିନ୍ଦଲ କାରଖାନାର କର୍ମଚାରୀ ମନୋଜ ଖଟର ଘରଭଡ଼ା ନେଇ ପରିବାର ସହ ରହୁଛନ୍ତି। ଗତକାଲି ରାତିରେ ସେ ପ୍ଲାଣ୍ଟରୁ ଫେରି ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଝରକା ବାଟେ ନିଶା ଔଷଧ ସିଞ୍ଚନ କରିବା ପରେ ଲୁହା ରଡ୍‌ରେ ମୁଖ୍ୟଦ୍ଵାର କବାଟ ଖୋଲି ଦେଇଥିଲେ। ଘର ପଶି ଲୁହା ଆଲମିରା ଭାଙ୍ଗି ୬ଟି ସୁନା ଚୁଡ଼ି, ଗୋଟିଏ ସୁନା ହାର, ୨ ଟି ଚେନ୍‌, ୬ଟି କାନଫୁଲ ଓ ୬ ହଜାର ନଗଦ ଟଙ୍କା ଲୁଟି ନେଇଥିଲେ। ଯାଜପୁରରୋଡ ଥାନାରେ ୩୩୩/୨୧ରେ ଏସମ୍ପର୍କରେ ଏକ ମାମଲା ରୁଜୁ କରାଯାଇଛି। କେନ୍ଦ୍ରାପଡ଼ାରୁ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି।

Share Now:

Kalinga News Beuro

Next Post

ତାଲିବାନ ନେତାଙ୍କୁ ଭେଟିଲା କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର

Fri Aug 27 , 2021
ନୂଆଦିଲ୍ଲୀ : ତାଲିବାନ ଦ୍ବାରା ଆଫଗାନିସ୍ତାନ ଦଖଲ ପରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ଉତ୍ସାହିତ ହୋଇଯାଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧୀ ଲଢେଇରେ ତାଲିବାନ ସେମାନଙ୍କୁ ସହଯୋଗ କରିବ ବୋଲି ସେମାନେ ଆଶା କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ମୌଲାନା ମାସୁଦ ଆଝାର ଗତ ସପ୍ତାହରେ କାନ୍ଦାହାର ଯାଇ ତାଲିବାନର ନେତାମାନଙ୍କୁ ଭେଟିଥିଲା। ମାସୁଦ ଆଝାର ସହ ତାହାର […]
ଆତଙ୍କବାଦୀ ମାସୁଦ ଆଝାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial