ଜୟପୁର: କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଭାଲୁଗୁଡା ଗାଁର ଅରୁପ ତନ୍ତି ପ୍ରେମସଂପର୍କ ସ୍ଥାପନ କରି ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ଏପରିକି ଏହା ଗତ ୨୦୧୪ରୁ ୨୦୨୩ପର୍ଯ୍ୟନ୍ତ ୧୦ବର୍ଷ ହେବ ଚାଳୁଥିଲା। ତେବେ ସେ ବିବାହ କରିବାକୁ ମନା କରିବା ପରେ ଯୁବତୀ ଜଣକ ମହିଳା ଥାନାର ଦ୍ଵାରସ୍ଥ ହୋଇଥିଲେ। ଏ ନେଇ ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ ମମତା ପାଣିଗ୍ରାହୀ।
ମିଳିଥିବା ସୂଚନା ମୁତାବକ, ଅରୁପ ଉକ୍ତ ଯୁବତୀଙ୍କ ସହ ପ୍ରେମସଂପର୍କ ୨୦୧୪ରେ ସ୍ଥାପନ କରି ତାଙ୍କ ଇଛା ବିରୋଧରେ ବିବାହ କରିବାର ମିଥ୍ୟା ପ୍ରତିଶ୍ରୃତି ଦେଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ସେ ଗତ କିଛି ଦିନ ହେବ ବିବାହ କରିବାକୁ ଜିଦ୍ କରିବାରୁ ଯୁବତୀଙ୍କୁ ଧମକ ଚମକ ଦେବା ସହ ବିବାହ କରିବେ ନାହିଁ ବୋଲି ଅଭିଯୁକ୍ତ ଅରୁପ କହିଥିଲେ। ମହିଳା ଥାନାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅରୁପକୁ ଗିରଫ କରି ଆଜି କୋର୍ଟକୁ ଚାଳାଣ କରାଯାଇଥିଲା। କୋର୍ଟ ଅଭିଯୁକ୍ତ ଅରୁପକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ।
ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ୧୦ବର୍ଷ ଶାରିରୀକ ସଂପର୍କ : ଅଭିଯୁକ୍ତ ଗିରଫ

Share Now: