ପରକୀୟା ପ୍ରୀତି କଥା ମିଛ : ଖସିଯିବାକୁ ଚାଲ ଖେଳୁଛି ବୋହୂ

ଖସିଯିବାକୁ ଚାଲ ଖେଳୁଛି ବୋହୂ

ପାରଳାଖେମୁଣ୍ଡି : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। କିଏ ସତ କହୁଛି, କିଏ ମିଛ କହୁଛି ସ୍ପଷ୍ଟ ହୋଇପାରୁନି। ସ୍ୱାମୀଙ୍କ ପରକୀୟା ପ୍ରୀତି ଥିବା ନେଇ ବିଦ୍ୟାଭାରତୀ ମୁହଁ ଖୋଲିବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସୌମ୍ୟଙ୍କ ମା‌ଆ। ପୁଅର ଅନ୍ୟ କେଉଁ ଝିଅ ସହ ସମ୍ପର୍କ ଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ପୁଅର ପରକୀୟା ସମ୍ପର୍କ ବିଷୟରେ ବୋହୂକୁ ଯଦି ଜଣାଥିଲା, ତେବେ ସେ ଆଜି ପର୍ଯ୍ୟନ୍ତ କାହିଁକି କହିନଥିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ସୌମ୍ୟର ଝିଅ ସାଙ୍ଗମାନେ ତାକୁ ଫୋନ କରନ୍ତି ଓ ରାକ୍ଷୀ ମଧ୍ୟ ବାନ୍ଧନ୍ତି। ସେମିତି କୌଣସି ଝିଅ ସହ ସମ୍ପର୍କ ଥିବା କଥା ଆଜିସୁଦ୍ଧା ଆମେ ଜାଣିନାହୁଁ। ଷଡ଼ଯନ୍ତ୍ର ରଚିବା ପରେ ଖସିଯିବା ପାଇଁ ବୋହୂ ଚାଲ୍ ଖେଳୁଥିବା ସେ କହିଛନ୍ତି। ସେହିପରି ସୌମ୍ୟଙ୍କ ବାପା ମଧ୍ୟ ବିଦ୍ୟାଭାରତୀଙ୍କ ଅଭିଯୋଗକୁ ମିଛ ବୋଲି କହିଛନ୍ତି। ସ୍ୱାମୀ ପୋଡ଼ି ହୋଇଯିବା ପରେ ବିଦ୍ୟାଭାରତୀଙ୍କ ହାବଭାବ ନେଇ ବରଂ ସେ ପ୍ରଶ୍ନ କରିଛନ୍ତି। ସ୍ୱାମୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଆଗ, ନା ଗହଣାଗାଣ୍ଠି ଠୁଳେଇବା ଆଗ ବୋଲି ସେ କହିଛନ୍ତି। ଅଭିଯୋଗରୁ ଖସି ଯିବାକୁ ଜାଣିଶୁଣି ନୂଆ ଅଭିଯୋଗ କରାଯାଉଛି। ଆଜି ସୁଦ୍ଧା ବୋହୂ ଏ ସମ୍ପର୍କରେ ପରିବାର ସହିତ କାହିଁକି ଆଲୋଚନା କରିନଥିଲା ବୋଲି ସୌମ୍ୟଙ୍କ ବାପା କହିଛନ୍ତି।
ସେପଟେ ଆଜି ଜ୍ୱାଇଁର ମୃତ୍ୟୁ ଘଟଣା ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଭାରତୀଙ୍କ ବାପା ଶ୍ରୀହରି ପଣ୍ଡା। ଝିଅଜ୍ୱାଇଁଙ୍କ ମଧ୍ୟରେ କୌଣସି ମନୋମାଳିନ୍ୟ ନଥିଲା। ଉଭୟଙ୍କ ମଧ୍ୟରେ ଯାହା ବି ଅସୁବିଧା ଥିଲା, ତାହା ସମାଧାନ ହୋଇ ସାରିଥିଲା। ଝିଅର ଶାଶୁଘର ଲୋକ ଭଲ ଏବଂ ଜ୍ୱାଇଁ ମୋର ଦେବତା ବୋଲି ସେ କହିଛନ୍ତି। ସେହିପରି ଆଇଆଇସି ମମତା ପଣ୍ଡାଙ୍କ ନେଇ ମୁହଁ ଖୋଲିଛନ୍ତି ବିଦ୍ୟାଙ୍କ ବାପା। ମମତାଙ୍କୁ ବ୍ୟକ୍ତିଗତ ଭାବେ ଜାଣନି, କିନ୍ତୁ ସେ ଆମ ଦୂର ସଂପର୍କୀୟ। ଘଟଣାଦିନ ଝିଅକୁ ମାନସିକ ସାନ୍ତ୍ୱନା ଦେବାକୁ ମମତାଙ୍କୁ କହିଥିଲି। ସୂଚନାଯୋଗ୍ୟ ଶ୍ୱଶୁର ଘର ଲୋକ ଆଣିଥିବା ଅଭିଯୋଗ ଉପରେ ଗତକାଲି ବିଦ୍ୟାଭାରତୀ ମୁହଁ ଖୋଲିଥିଲେ। ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣି ନାହିଁ। ବ୍ୟାଚଲର ପାର୍ଟି ପ୍ରସଙ୍ଗକୁ ମଧ୍ୟ ବିଦ୍ୟାଭାରତୀ ଅସ୍ୱୀକାର କରିଛନ୍ତି। ତାହା ବ୍ୟାଚଲର ପାର୍ଟି ନଥିଲା, ବିବାହ ପରବର୍ତ୍ତୀ ଭୋଜି ଥିଲା। କରୋନା ଯୋଗୁ ସାଙ୍ଗମାନଙ୍କୁ ବିବାହରେ ଡାକି ପାରି ନଥିଲି। ତେଣୁ ବିବାହ ପରେ ଏକ ଭୋଜି ଦେଇଥିଲି ବୋଲି କହିଥିଲେ।

Share Now:

Kalinga News Beuro

Next Post

ଶ୍ରୀଜିଉଙ୍କ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ମୁଖ୍ୟ ବାଡଗ୍ରାହୀ

Wed Jul 21 , 2021
ପୁରୀ: ମହାପ୍ରଭୂଙ୍କ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର। ଜଗନ୍ନାଥ ସ୍ବାଇଁ ମହାପାତ୍ର ରତ୍ନ ଭଣ୍ଡାର ଖୋଲିବାକୁ ସମର୍ଥନ କରନ୍ତି ବୋଲି କହିଛନ୍ତି। ଏହାଛଡ଼ା ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ପ୍ରଭୂ ବ୍ୟବହାର କରନ୍ତୁ ଏବଂ ତାଙ୍କ ପାଇଁ ନୂଆ ଅଳଙ୍କାର ତିଆରି କରିବାକୁ ମୁଖ୍ୟ ବାଡଗ୍ରାହୀ ଦାବି କରିଛନ୍ତି। କାରଣ ପ୍ରଭୂ ପିନ୍ଧୁଥିବା ମାଳି, ମୁକୁଟ ଆଦି ବହୁ ଅଳଙ୍କାର ପୁରୁଣା ହୋଇଗଲାଣି। […]
ଶ୍ରୀଜିଉଙ୍କ ମୁଖ୍ୟ ବାଡଗ୍ରାହୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial