ମାଉସୀ ମା’ ପାର୍କ ଗ୍ରିଲ୍‌ ତାଡ଼ିନେଲେ ଦୁର୍ବୃତ୍ତ : ପୋଲିସ ନିଷ୍କ୍ରିୟ

ଭୁବନେଶ୍ୱର: ଗତକାଲି ରାତିରେ ଦୁର୍ବୃତ୍ତମାନେ ମାଉସୀ ମା’ ମନ୍ଦିର ପରିସରସ୍ଥ ରାମେଶ୍ୱର ପାର୍କର ଗ୍ରିଲ୍‌କୁ ତାଡ଼ି ନେଇଛନ୍ତି। ପ୍ରାୟ ୫୦ ମିଟର ଲମ୍ବର ଗ୍ରିଲ୍‌ ଚୋରି ହୋଇଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ଆଜି ଏଏସ୍ଆଇ ସଂରକ୍ଷଣ ସହାୟକ ଦେବାଶିଷ ବିଶ୍ୱାସ ବଡ଼ଗଡ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପ୍ରାଥମିକ ତଦନ୍ତ କରିଛି, କିନ୍ତୁ ଦୁର୍ବୃତ୍ତମାନଙ୍କ ଟେର୍ ମିଳିନଥିବା ସୂଚନା ମିଳିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଟି କରୁଥିବା ନିଶାଡ଼ିମାନେ ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି। ରାତିରେ ସୁରକ୍ଷାକର୍ମୀ ଥିବା ସତ୍ତ୍ୱେ କିଭଳି ଚୋରି ହେଲା, ତାହାକୁ ନେଇ ଖୋଳତାଡ଼ ଚାଲିଛି। ସୁରକ୍ଷାକର୍ମୀଙ୍କ ବିଶ୍ରାମଗୃହଠାରୁ ମାତ୍ର ୨୦ ମିଟର ଦୂରରୁ ଗ୍ରିଲ୍‌ ତାଡ଼ି ଲୁଟ୍‌ ହୋଇଥିବାରୁ ନାନାକଥା ଆଲୋଚନା ହେଉଛି। ସେବାୟତ ଶରତ ଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ ଅନୁସାରେ, ସବୁଦିନ ସନ୍ଧ୍ୟାରେ ରାମେଶ୍ୱର ପାର୍କରେ ଅସାମାଜିକ ଯୁବକଙ୍କ ଭିଡ଼ ଜମୁଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖଟି ହେଉଛି। କେହି କହିବାକୁ ନାହିଁ। ଦିନେହେଲେ ଥାନା ପକ୍ଷରୁ ଏହାକୁ ନେଇ ତଦାରଖ କରାଯାଉନାହିଁ।

Share Now:

Kalinga News Beuro

Next Post

ଅପରିବର୍ତ୍ତିତ ରହିବ ଲୋକସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

Wed Jan 10 , 2024
ନୂଆଦିଲ୍ଲୀ: ଓଡ଼ିଶାରେ ୨୦୨୪ର ଲୋକସଭା ନିର୍ବାଚନରେ ପ୍ରାର୍ଥୀମାନେ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଜାନୁଆରୀ ୨୦୨୨ରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୯୫ ଲକ୍ଷ ଟଙ୍କାକୁ ବଢାଇବାର ସୁପାରିଶକୁ କେନ୍ଦ୍ର ଆଇନ ମନ୍ତ୍ରାଳୟ ଦ୍ୱାରା ଗ୍ରହଣ କରାଯାଇଥିଲା। ଖର୍ଚ୍ଚ ମୁଦ୍ରାସ୍ପୀତି ସୁଚକାଙ୍କ ବଢିବା ସହ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟାରେ ବୃଦ୍ଧି ଘଟିବା ତଥା ଭର୍ଚ୍ଚୁଆଲ ପ୍ରଚାର ବୃଦ୍ଧି ପାଇବା ଦୂଷ୍ଟିରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial