ରାଜଧାନୀରେ ଚାଞ୍ଚଲ୍ୟ : ଘରୋଇ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ବଡଗଡ଼ ଥାନା ଅଧୀନ ଏକ ଘରୋଇ ହଷ୍ଟେଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୃତକ ହେଉଛନ୍ତି ଜଗଦଳପୁର ଡେଲାଙ୍ଗର ସରୋଜିନୀ ସୁନ୍ଦରାୟ।୨୧ ବର୍ଷୀୟା ଏହି ଯୁବତୀ ଏକ ହୋଟେଲରେ କାମ କରୁଥିଲେ ବୋଲି ସୂଚନା ମିଳିଛି। ଝିଅଙ୍କ ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ତାଙ୍କ ପରିବାର ପହଞ୍ଚିଛନ୍ତି।
ପରିବାରର ବିନା ଅନୁମତିରେ କାହିଁକି ହଷ୍ଟେଲ କବାଟ ଭଙ୍ଗାଗଲା ବୋଲି ପରିବାରଲୋକ ପ୍ରଶ୍ନ ଉଠାଇଛନ୍ତି। ଓକିଲ ଅଭିଯୋଗକରିଛନ୍ତି ଯେ ଏକାଧିକ ଯୁବତୀଙ୍କୁ ଘର ମାଲିକ ବିନା କୌଣସି ପ୍ରମାଣପତ୍ରରେ ରଖିବା ଘଟଣାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏହାଛଡ଼ା ଏହି ହଷ୍ଟେଲରେ ଯୁବତୀମାନଙ୍କୁ ରଖି ଅନୈତିକ କାର୍ଯ୍ୟକଳାପରେ ନିୟୋଜିତ କରୁଥିବା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

Share Now:

Kalinga News Beuro

Next Post

ମା’ କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଜ୍ୟପାଳ

Tue Apr 9 , 2024
ନାବାଳକ ଓ ବାସ୍କେଟ୍‌ ବଲ୍‌ ଖେଳାଳିଙ୍କ ଚିକିତ୍ସା ପାଇଁ ଦେଲେ ଆର୍ଥିକ ସହାୟତା କଟକ: ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ଚଣ୍ଡୀମନ୍ଦିରରେ ଦୀପଦାନ କରିିଛନ୍ତି। ଆଜି ନବରାତ୍ରର ପ୍ରଥମ ଦିନ ଅବସରରେ ମହାମହିମ ଶ୍ରୀ ଦାସ କଟକ ଚଣ୍ଡୀଙ୍କ ଦର୍ଶନ କରିବାର ସହିତ ଆଶୀର୍ବାଦ ନେଇଛନ୍ତି। କଟକ ଚଣ୍ଡୀଙ୍କ ଦର୍ଶନ ପରେ ସେଠାରୁ ଫେରିବା ବାଟରେ କଟକ ସିଡିଏ ସେକ୍ଟର-୭ର ଚନ୍ଦନା ଚୌଧୁରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial