ତାଲାବନ୍ଦ ବେଳେ ନିଶାଖିଆ ଲୁଟେରାଙ୍କ ପ୍ରାଦୁର୍ଭାବ: ମାରଣାସ୍ତ୍ରରେ କାର କାଚ ଭାଙ୍ଗି ମଝିରାସ୍ତାରେ ଲୁଟିଲେ

ନିଶାଖିଆ ଲୁଟେରାଙ୍କ ପ୍ରାଦୁର୍ଭାବ

ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଲୁଟେରା ଗତ କିଛି ମାସ ହେବ ଆତଙ୍କ ସୃଷ୍ଟି କରିଛନ୍ତି। ଆଜି ଏହି ଥାନା ଆଇତଳଙ୍ଗ ତିଆଡ଼ି ସାହି ନିକଟରୁ ଢେଙ୍କାନାଳ ଜିଲ୍ଲାର ସୁଶାନ୍ତ କୁମାର ସାହୁ ଲୁଟେରାଙ୍କ ଶିକାର ହୋଇଛନ୍ତି। ୩ ବାଇକରେ ୬ ଜଣ ଲୁଟେରା ବିଭିନ୍ନ ମାରାଣାସ୍ତ୍ୱ ସହ ତାଙ୍କୁ ମଝି ରାସ୍ତାରେ ଆକ୍ରମଣ କରିଥିଲେ ଓ କାର କାଚ ଭାଙ୍ଗି ଟଙ୍କା, ବ୍ୟାଗ, ମୋବାଇଲ ଲୁଟିନେଇଛନ୍ତି। ବାଲିପାଟଣା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ସଦର ଥାନା ସିମୁଲିଆ ଗାଁର ନେତ୍ରାନନ୍ଦ ସାହୁଙ୍କ ପୁଅ ସୁଶାନ୍ତ କୁମାର ସାହୁ (୩୪) ଓ ତାଙ୍କ ସାଙ୍ଗ ପ୍ରମୋଦ କୁମାର ମହାରଣା କୌଣସି ଜରୁରୀ କାମରେ ଆଜି ସକାଳୁ ନିମାପଡା ଆସିଥିଲେ। ଅପରାହ୍ନ ୧୨ଟାରେ ଘରକୁ ଫେରୁଥିବା ସମୟରେ ବାଲିପାଟଣା ଥାନା ଆଇତଳଙ୍ଗ ତିଆଡ଼ି ସାହି ଠାରେ ୩ ଟି ବାଇକରେ ୬ ଜଣ ଯୁବକ ତାଙ୍କ କାରକୁ ମଝି ରାସ୍ତାରେ ଅଟକାଇ ଥିଲେ ଏବଂ ଗାଡି ନମ୍ବର ଓଡି ୦୬ ଜେ ୭୦୨୧ର ସାମ୍ନାରେ ମାରଣାସ୍ତ୍ରରେ କାର କାଚ ଭାଙ୍ଗି ଦେଇଥିଲେ। ସେମାନେ ବନ୍ଧୁକ, ଭୁଜାଲି, ଛୁରି ଦେଖାଇ ପାଖରେ ଥିବା ସବୁ ଦେଇ ଦେବାକୁ ଧମକ ଦେଇଥିଲେ। ସୁଶାନ୍ତ ଭୟଭୀତ ହୋଇ ଦାମୀ ମୋବାଇଲ, ମନି ପର୍ସ ଓ ବ୍ୟାଗ ଲୁଟେରାଙ୍କୁ ବଢ଼ାଇ ଦେଇଥିଲେ। ଲୁଟ କରି ଦୁର୍ବୃତ୍ତମାନେ ନିମାପଡା, ଅଠାନ୍ତର ଦିଗରେ ଅଲଗା ଅଲଗା ହୋଇ ଚାଲି ଯାଇଥିଲେ। ସୂଚନା ପାଇ ବାଲିପାଟଣା ପୁଲିସ ଘଟଣାସ୍ଥଳରେ ପହଁଚି ସୁଶାନ୍ତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲା। ଘଟଣାସ୍ଥଳରୁ ବନ୍ଧୁକରେ ବ୍ୟବହୃତ ଗୋଟିଏ ମାଗାଜିନ ପୁଲିସ ଜବତ କରିଛି।

Share Now:

Kalinga News Beuro

Next Post

ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି କେନ୍ଦ୍ର ସରକାର

Mon May 31 , 2021
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମାନିନଥିବାରୁ ଏବେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଆଜି ସକାଳ ୧୦ଟାରେ ଦିଲ୍ଲୀର କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍‌ ମନ୍ତ୍ରାଳୟରେ ଉପସ୍ଥିତ ହେବାକୁ କୁହାଯାଇଥିଲେ ବି ସେ ଆସିନଥିଲେ। ଆଉ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏବେ ପ୍ରଶ୍ନ ହେଉଛି […]
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial