ହାବିଲଦାରଙ୍କ ଘରେ ନୂଆ ବୋହୂଙ୍କ ଝୁଲନ୍ତା ମୃତଦେହ

ନୂଆ ବୋହୂଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ବର : ଶନିବାର ସକାଳେ ତମାଣ୍ଡୋ ଥାନାରେ କାର୍ଯ୍ୟରତ ହାବିଲଦାର ବିଜୟ ଗୋଚ୍ଛାୟତଙ୍କ ଘରୁ ତାଙ୍କ ବୋହୂ ବନ୍ଦନା ଜେନାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ବନ୍ଦନାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ଫ୍ୟାନ୍‌ରେ ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ ହେବା ପରେ ପୁଲିସ ହାବିଲଦାରଙ୍କ ପୁଅ ଯାମିନୀକାନ୍ତଙ୍କୁ ଅଟକ ରଖିଛି। ଏକ ପୁଲିସ ପରିବାରରେ ମାତ୍ର ୭ ମାସର ନୂଆବୋହୂ ଅସ୍ବାଭାବିକ ଭାବେ ମୃତ୍ୟୁବରଣ କରିଥିବା ଭଳି ଘଟଣାଟି ତମାଣ୍ଡୋ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁସାରେ, ହାବିଲଦାର ଶ୍ରୀ ଗୋଚ୍ଛାୟତଙ୍କ ପୁଅ ଯାମିନୀକାନ୍ତ ଗତ ଫେବୃଆରୀ ୧୬ ତାରିଖରେ ଏୟାରଫିଲ୍ଡ ଥାନା ଭୀମଟାଙ୍ଗୀ ଅଞ୍ଚଳର ପ୍ରାଣକୃଷ୍ଣ ଜେନାଙ୍କ ଝିଅ ବନ୍ଦନାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପଡ଼ି ନଥିଲା। ଏ ନେଇ ବନ୍ଦନା ସବୁବେଳେ ତାଙ୍କୁ ଜଣାଉଥିଲେ ବୋଲି ବାପା ପ୍ରାଣକୃଷ୍ଣ ଏତଲାରେ ଉଲ୍ଲେଖ କରିଛନ୍ତି। ଅନେକଥର ତାଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଥିଲା। ଗତକାଲି ଉଭୟଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା। ବନ୍ଦନା ତାଙ୍କ ମା’ ବାସନ୍ତୀଙ୍କୁ ଫୋନ୍‌ କରି ଜଣାଇଥିଲେ। ତେଣୁ ଗତକାଲି ସେମାନେ ତାଙ୍କ ଘରକୁ ଯାଇ କଥା ହେବାର ଥିଲା ବୋଲି ମା’ବାସନ୍ତୀ କହିଛନ୍ତି। କିନ୍ତୁ ସକାଳୁ ବନ୍ଦନାଙ୍କ ମୃତ୍ୟୁ ଖବର ତାଙ୍କୁ ଦିଆଯାଇଥିଲା। ତେଣୁ ବନ୍ଦନା କେବେ ଆତ୍ମହତ୍ୟା କରିନାହିଁ ବୋଲି ବାସନ୍ତୀ କହିଛନ୍ତି। ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ

Sun Sep 20 , 2020
୨୩ ପର୍ଯ୍ୟନ୍ତ ରାଜ୍ୟରେ ଅତିପ୍ରବଳ ବର୍ଷା,ଜାରି ହେଲା ରେଡ‌ ୱାର୍ଣ୍ଣି ଭୁବନେଶ୍ୱର: ଆଜି ସକାଳେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ସଂପୃକ୍ତ ଅଞ୍ଚଳ ଉପରେ ଅବସ୍ଥିତ ରହିଛି। ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର […]
ବଙ୍ଗୋପସାଗରରେ ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial