ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ

ବଙ୍ଗୋପସାଗରରେ ଲଘୁଚାପ

୨୩ ପର୍ଯ୍ୟନ୍ତ ରାଜ୍ୟରେ ଅତିପ୍ରବଳ ବର୍ଷା,ଜାରି ହେଲା ରେଡ‌ ୱାର୍ଣ୍ଣି

ଭୁବନେଶ୍ୱର: ଆଜି ସକାଳେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ସଂପୃକ୍ତ ଅଞ୍ଚଳ ଉପରେ ଅବସ୍ଥିତ ରହିଛି। ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୨୧ ତାରିଖ ମଧ୍ୟାହ୍ନ ସୁଦ୍ଧା ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଢ଼େଙ୍କାନାଳ ଜିଲ୍ଲାରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ଲାଲ୍‌ ଚେତାବନୀ ବା ରେଡ‌ ୱାର୍ଣ୍ଣି ଜାରି କରାଯାଇଛି।
ସେହିପରି ମୟୂରଭଞ୍ଜ, ବାଲେଶ୍ୱର, କଟକ, କେନ୍ଦୁଝର, ଅନୁଗୁଳ, ଦେବଗଡ, ସମ୍ବଲପୁର, କାଳାହାଣ୍ଡି, ସୋନପୁର, ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ କମଳା ଚେତାବନୀ ବା ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ସେହିପରି ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କୋରାପୁଟ, ମାଲକାନଗିରି ଜିଲ୍ଲାରେ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ହଳଦିଆ ବା ୟେଲୋ ୱାର୍ଣ୍ଣି ଜରି କରାଯାଇଛି।
ଅନ୍ୟପକ୍ଷରେ ୨୧ ତାରିଖ ମଧ୍ୟାହ୍ନ ସୁଦ୍ଧା ବରଗଡ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡା ଏବଂ ଦେବଗଡ଼ ଜିଲ୍ଲାରେ ଉପରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ଲାଲ୍‌ ଚେତାବନୀ ବା ରେଡ୍‌ ୱାର୍ଣ୍ଣି ଜାରି କରାଯାଇଛି। ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ କମଳା ଚେତାବନୀ ବା ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ, ଜଗତସିଂହପୁର, ଯାଜପୁର ଏବଂ ଢ଼େଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହ ଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ହଳଦିଆ ବା ୟେଲୋ ୱାର୍ଣ୍ଣି ଜରି କରାଯାଇଛି। ୨୩ ତାରିଖ ମଧ୍ୟାହ୍ନ ସୁଦ୍ଧା ଆଭ୍ୟନ୍ତରୀଣ ଓଡ଼ିଶା ତଥା ଉପକୂଳ ଓଡିଶାର କିଛି ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ଅକ୍ଟୋବରରୁ ଖୋଲିବ ଭିତରକନିକା: ଦିନରେ ମନା, ରାତ୍ରୀଯାପନ ଅନୁମତି

Sun Sep 20 , 2020
ବଡବଡିଆଙ୍କ ସୁବିଧା ପାଇଁ ଭିତରକନିକା ରାଜନଗର : ୭ ମାସ ପରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଅକ୍ଟୋବର ୧ ରୁ ଭିତରକନିକା ଖୋଲିବାକୁ ନିଷ୍ପତି ନେଇଛନ୍ତି ସରକାର। କରୋନା କଟକଣା ଥିବାରୁ ଦିନରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ଡାଙ୍ଗମାଳରେ ରାତ୍ରୀଯାପନ କରିବାକୁ ଇଛୁକ ଥିବା ପର୍ଯ୍ୟଟକଙ୍କୁ ଭିତରକନିକା ପରିଭ୍ରମଣର ସୁଯୋଗ ମିଳିବ ବୋଲି ରାଜନଗର ଡିଏଫଓ […]
୧ରୁ ଖୋଲିବ ଭିତରକନିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial