ଦୁଇ ମହିଳା ନକ୍ସଲ ସହ କଂଗ୍ରେସର ନେତା ଗିରଫ : ଚିକିତ୍ସା କରାଇବା ପାଇଁ ତେଲେଙ୍ଗାନା ନେଉଥିଲେ

ନକ୍ସଲ ସହ କଂଗ୍ରେସର ବଡ ନେତା ଗିରଫ

ମାଲକାନଗିରି: ଚିକିତ୍ସା କରାଇବା ପାଇଁ ଦୁଇ ମହିଳା ନକ୍ସଲଙ୍କୁ ତେଲେଙ୍ଗାନା ନେଉଥିବା ବେଳେ ଜଣେ କଂଗ୍ରେସ ନେତା ପୁଲିସ ହାତରେ ଗିରଫ ହୋଇଛି। ଏନେଇ ତେଲେଙ୍ଗାନା ପୁଲିସ ସାମ୍ବାଦିକ ସମ୍ମିଳନୀ କରି ନ ଥିବାରୁ ଦୁଇ ମହିଳା ନକ୍ସଲଙ୍କର ପରିଚୟ ମିଳିପାରି ନାହିଁ। ତେବେ ଭୋପାଲପାଟନାମ ବ୍ଲକ କଂଗ୍ରେସ କମିଟିର ମହାମନ୍ତ୍ରୀ କେ.ଜି.ସୀତମକୁ ପୁଲିସ ଗିରଫ କରିଥିବା ଜଣାପଡିଛି। ଛତିଶଗଡ଼ର ବିଜାପୁର ଅଂଚଳରୁ ଦୁଇ ମହିଳା ନକ୍ସଲଙ୍କୁ କଂଗ୍ରେସ ନେତା ତେଲେଙ୍ଗାନାକୁ ଚିକିତ୍ସା କରାଇବା ପାଇଁ ନେଉଥିଲେ। ତେବେ ହନମାକୋଣ୍ଡା ନିକଟରେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଛକି ରହିଥିଲା। ଏମାନଙ୍କୁ ପୁଲିସ ଦେଖିବା ପରେ ଗିରଫ କରିବା ସହ ପଚରାଉଚରା କରୁଛି। ଏଥିସହ ଦୁଇ ମହିଳା ନକ୍ସଲଙ୍କର ଚିକିତ୍ସା ମଧ୍ୟ କରାଉଥିବା ଜଣାପଡିଛି। ମହିଳା ନକ୍ସଲ କେଉଁ ରୋଗରେ ଆକ୍ରାନ୍ତ ହୋଇଛନ୍ତି ତାହା ଜଣାପଡି ନାହିଁ। ନକ୍ସଲ ସହ କଂଗ୍ରେସ ନେତାଙ୍କ ସଂପର୍କକୁ ନେଇ କଂଗ୍ରେସର କୌଣସି ବଡ ନେତା ମୁହଁ ଖୋଲିନଥିବା ବେଳେ ପୁଲିସ ଏନେଇ ଅଧିକା ତଦନ୍ତ କରୁଥିବା କହିଛି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ନକ୍ସଲଙ୍କ ରାଜନେତାମାନଙ୍କ ସଂପର୍କ ପୂର୍ବରୁ ରହିଛି।

Share Now:

Kalinga News Beuro

Next Post

୭୮ ବର୍ଷ ବୟସରେ ବି ହାରିଯାଇନାହାନ୍ତି : ପାହାଡ ଶିଖରରେ ପହଞ୍ଚି ଯବାନଙ୍କୁ ଯୋଗ ଶିଖାଉଛନ୍ତି ଏହି ଯୋଗ ଗୁରୁ

Sun Oct 9 , 2022
ଶ୍ରୀନଗର: ବୟସ ବଢିବା ସଙ୍ଗେ ସଙ୍ଗେ ଯେତେବେଳେ ଜଣେ ଘରେ ବସି ରହିବାକୁ ଭାବିଥାନ୍ତି, ଠିକ ସେହି ବୟସରେ ଏବେ ମିଶନ କାଶ୍ମୀରରେ ବାହାରିଛନ୍ତି ଜଣେ ୭୮ ବର୍ଷ ବୟସ୍କା ମହିଳା। ଏହି ମହିଳାଙ୍କ ନାମ ହେଉଛି ପଦ୍ମିନୀ ଜୋଗ। ନିକଟରେ ସେ ଯବାନମାନଙ୍କୁ ଯୋଗ ଶିକ୍ଷା ଦେବା ପାଇଁ ସମୁଦ୍ର ପତନଠାରୁ ୧୨,୩୦୦ ଫୁଟ ଉଚ୍ଚତାରେ ପହଞ୍ଚିଥିଲେ। ତାଙ୍କର ଯୋଗ ଶିବିର ଜମ୍ମୁକଶ୍ମୀରର କୁପୱାରାରେ ଆୟୋଜିତ ହୋଇଥିଲା। ଏହି […]
୭୮ ବର୍ଷ ବୟସରେ ବି ହାରିଯାଇନାହାନ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial