ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡ ରାସ୍ତାରେ ପୁଣି ଦୁର୍ଘଟଣା : ଜଣଙ୍କର ମୃତ୍ୟୁ

ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡ ରାସ୍ତାରେ ପୁଣି ଦୁର୍ଘଟଣା

ବାରଙ୍ଗ : ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡ ରାସ୍ତାରେ ଆବର୍ଜନା ନେଇ ଯାଉଥିବା ଗାଡ଼ି ଧକ୍କାରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ୨ମାସ ପରେ ପୁଣି ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ମୃତକ ବାରଙ୍ଗ ବ୍କକ୍ ରାମଦାଶପୁର ପଞ୍ଚାୟତ ବେଣ୍ଟୁଆ ବସ୍ତିର ରାମଚନ୍ଦ୍ର ଗାଗରାଇ।
ସୂଚନାଯୋଗ୍ୟ, ଭୁଆସୁଣି ଡମ୍ପିଂୟାର୍ଡ ରାସ୍ତାରେ ଦୁର୍ଘଟଣାରେ ଆହତ ଯୁବକଙ୍କର ଗତ ଅଗଷ୍ଟ ମାସରେ ମୃତ୍ୟୁ ଘଟିଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପରଦିନ ସକାଳେ ଶହଶହ ‌ସଂଖ୍ୟାରେ ଦାରୁଠେଙ୍ଗ ପଞ୍ଚାୟତ ବାସିନ୍ଦା ସ୍ୱତଃ ବୃତ୍ତ ଭାବରେ ରାଜରାସ୍ତାକୁ ଓହ୍ଲାଇ ପଡ଼ିଥିଲେ। ଟାୟାର ଜାଳି ଚନ୍ଦକା-ବାରଙ୍ଗ ରାସ୍ତା ଅବରୋଧ କରିବା ସହ ବିଏମ୍‌ସି ବିରୋଧରେ ନାରାବାଜି କରିଥିଲେ। ଏଠାରେ ଆଉ ଆବର୍ଜନା ପଡ଼ିବ ନାହିଁ ଓ ମୃତ ଯୁବକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ଦାବିରେ ସେମାନେ ରାସ୍ତା ଉପରେ ବସି ରହିଥିଲେ। ଏଣିକି ବିଏମ୍‌ସି ଆବର୍ଜନା ଆଣିଲେ ପରିସ୍ଥିତି ଆହୁରି ଉଗ୍ରରୂପ ନେବ ବୋଲି ଅନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।

Share Now:

Kalinga News Beuro

Next Post

ବହୁପ୍ରତୀକ୍ଷିତ ଭୁବନେଶ୍ୱର-ଜୟପୁର ବିମାନସେବାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Mon Oct 31 , 2022
ଜୟପୁର : ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ବହୁଦିନର ସ୍ୱପ୍ନ ଆଜି ପୂରଣ ହୋଇଛି। ବହୁପ୍ରତୀକ୍ଷିତ ଭୁବନେଶ୍ୱର-ଜୟପୁର ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଉଦ୍‌ଘାଟନ କରିଛନ୍ତି। ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଇଣ୍ଡିଆ ୱାନ ଏୟାରର ୯ ସିଟ୍ ବିଶିଷ୍ଟ ବିମାନ ବାହାରି ଜୟପୁର ବିମାନବନ୍ଦରରେ ପହଞ୍ଚିବ। ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫେରନ୍‌ସିଂ ମାଧ୍ୟମରେ ଜୟପୁର ବିମାନବନ୍ଦରରେ ପ୍ରସାରଣ କରାଯାଇଛି। ସୂଚନାଯୋଗ୍ୟ, […]
ଭୁବନେଶ୍ବର-ଜୟପୁର ବିମାନସେବା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial