ଅକ୍ଟୋବରରୁ ଖୋଲିବ ଭିତରକନିକା: ଦିନରେ ମନା, ରାତ୍ରୀଯାପନ ଅନୁମତି

୧ରୁ ଖୋଲିବ ଭିତରକନିକା

ବଡବଡିଆଙ୍କ ସୁବିଧା ପାଇଁ ଭିତରକନିକା

ରାଜନଗର : ୭ ମାସ ପରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଅକ୍ଟୋବର ୧ ରୁ ଭିତରକନିକା ଖୋଲିବାକୁ ନିଷ୍ପତି ନେଇଛନ୍ତି ସରକାର। କରୋନା କଟକଣା ଥିବାରୁ ଦିନରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। କେବଳ ଡାଙ୍ଗମାଳରେ ରାତ୍ରୀଯାପନ କରିବାକୁ ଇଛୁକ ଥିବା ପର୍ଯ୍ୟଟକଙ୍କୁ ଭିତରକନିକା ପରିଭ୍ରମଣର ସୁଯୋଗ ମିଳିବ ବୋଲି ରାଜନଗର ଡିଏଫଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।
କରୋନା ବ୍ୟାପିବା ପରେ ମାର୍ଚ୍ଚ ୧୩ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ରାତ୍ରୀଯାପନ ପାଇଁ ରୁମ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ଭିତରକନିକାରେ ବୁଲିବାକୁ ଓ ରହିବାକୁ ଅନୁମତି ମିଳିବ। ଗୁପ୍ତି ଓ ହବାଳିଖଟିରେ ଥିବା କଟେଜ ବୁକିଂ କରାଯିବ ନାହିଁ। ଡାଙ୍ଗମାଳଠାରେ ଥିବା ୧୬ଟି କଟେଜ୍‌ରେ ପର୍ଯ୍ୟଟକଙ୍କୁ ରହିବାର ସୁବିଧା ମିଳିବ। ଇକୋଟୁର ଓଡିଶା ଡଟ୍ କମ୍‌ରେ ଅନଲାଇନରେ ରୁମ ବୁକିଂ କରିଥିବା ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣର ସୁବିଧା ପାଇବେ। ଏହି ପର୍ଯ୍ୟଟକମାନେ ବୋଟିଂ ସହିତ ଭିତରକନିକା ବୁଲିବା ଓ ରାତ୍ରୀଯାପନ କରିବେ। ଅନ୍ୟ ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ବଡକଥା ହେଲା ଭିତରକନିକାରେ ଥିବା ୧୬ଟି କଟେଜ୍‌ରେ ରାତ୍ରୀଯାପନ ପାଇଁ ସର୍ବନିମ୍ନ ୩୫ଶହ ଟଙ୍କାରୁ ସର୍ବାଧିକ ୬ହଜାର ଟଙ୍କା ବ୍ୟବସ୍ଥା ରହିଛି। ଗୋଟିଏ ରାତି ପାଇଁ ଏତେ ଟଙ୍କା ଦେଇ ସାଧାରଣ ପର୍ଯ୍ୟଟକ ଭିତରକନିକାରେ ରହିବା ସମ୍ଭବ ନୁହେଁ। ଏପରି ସ୍ଥିତିରେ କେବଳ ବଡବଡିଆଙ୍କ ସୁବିଧା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଅଭିଯୋଗ ହୋଇଛି।

Share Now:

Kalinga News Beuro

Next Post

ଅଭିଯୁକ୍ତଙ୍କ ଶୋଭାଯାତ୍ରା ପଛରେ ନେତା, ସମ୍ପୃକ୍ତି ନେଇ ପୁଲିସର ତନାଘନା

Sun Sep 20 , 2020
ଭୁବନେଶ୍ୱର : ବହୁଚର୍ଚ୍ଚିତ ଅମରେଶ ନାୟକ ହତ୍ୟା ମାମଲାରେ ଜାମିନ ପାଇଥିବା ୪ ଅଭିଯୁକ୍ତଙ୍କ ଖୋଲା ଜିପ୍‌ ଶୋଭାଯାତ୍ରା ଘଟଣାରେ ତନାଘନା ଜାରି ରହିଛି। ତଦନ୍ତ ବେଳେ ଏଥିରେ ଜଣେ ନେତାଙ୍କ ସମ୍ପୃକ୍ତି ଥିବା ପୁଲିସ ସୁରାକ ପାଇଛି। ଏହାକୁ ନେଇ ତଦନ୍ତର ଦିଗ ବଦଳିଛି। ଗତ ୧୦ ତାରିଖ ଦିନ ହତ୍ୟା ଅଭିଯୁକ୍ତମାନଙ୍କୁ ଖୋଲା ଜିପ୍‌ ଶୋଭାଯାତ୍ରାରେ ଅଣାଯାଇଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ପୁଲିସର […]
ଅଭିଯୁକ୍ତଙ୍କ ଶୋଭାଯାତ୍ରା ପଛରେ ନେତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial