ସାଲିଆସାହିରୁ ୧୦ଲକ୍ଷର ଧଳାଜହର ଜବତ : ମହିଳା ଗିରଫ

ସାଲିଆସାହିରୁ ୧୦ଲକ୍ଷର ଧଳାଜହର ଜବତ

ଗ୍ରାହକ ବେଶରେ ଯାଇ ଧରିଲା ଅବକାରୀ ବିଭାଗ

ଭୁବନେଶ୍ବର: କରୋନା ବଦଳାଇଦେଲା ବେଉସା। ୧୦ଲକ୍ଷ ଟଙ୍କାର କରଜରେ ବୁଡ଼ିବା ପରେ ବାଧ୍ୟ ହୋଇ ଜଣେ ମହିଳା ୬ମାସ ତଳେ ବ୍ରାଉନସୁଗାର କାରବାରକୁ ଆପଣାଇ ନେଇଥିଲେ। ଯୁବପିଢ଼ି ଉପରେ ନିଶାର କୁପ୍ରଭାବ ସଂପର୍କରେ ସଚେତନ ଥିଲେ ବି ତାଙ୍କ ପାଖରେ କୌଣସି ବିକଳ୍ପ ନ ଥିଲା। ତାଙ୍କ ସ୍ବାମୀ ଓ ପୁଅ ଏହା ଜାଣିଥିଲେ ଏବଂ ଏଥିରୁ ସେ ବେଶ୍ ଭଲ ରୋଜଗାର ବି କରୁଥିଲେ। କିନ୍ତୁ ଅବକାରୀ ବିଭାଗ ଏ ବିଷୟରେ ସୂଚନା ପାଇବା ପରେ ଗ୍ରାହକ ବେଶରେ ଆସି ମହିଳାଙ୍କୁ ଗିରଫ କରିଛି ଏବଂ ତାଙ୍କ ନିକଟରୁ ପ୍ରାୟ ୯୫ ଗ୍ରାମ୍‌ର ଧଳାଜହର ଜବତ କରିଛି; ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
ଗିରଫ ହୋଇଥିବା ମହିଳା ହେଲେ ସାଲିଆସାହିର ନର୍ମଦା ସାହୁ ତେବେ ନିଶା କାରବାର ପାଇଁ ନୂଆ କରି ଏଭଳି ଦୁନିଆରେ ପାଦ ଦେଇଥିଲେ ହେଁ ଜଣେ ମହିଳା ୬ମାସ କାଳ କେମିତି ସୁରୁଖୁରୁରେ ସେ ବି ପୁଣି ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି କଡ଼ା କଟକଣା ଭିତରେ କାରବାର କରୁଥିଲେ ସେ ନେଇ ପ୍ରଶ୍ନ ଉଠିଛି। ନର୍ମଦଙ୍କୁ ଅଧିକ ପଚରାଉଚରା କରାଯିବାରୁ ଜଣାପଡ଼ିଛି, ସେ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ବରରେ ବିକ୍ରି କରୁଥିଲେ। ପୁଡ଼ିଆ ପିଛା ୪୦୦ ଟଙ୍କାରେ କିଣି ତାକୁ ୫ଶହରୁ ୬ଶହ ଟଙ୍କାରେ ବିକ୍ରି କରିଥିଲେ। ଆଉ ଏହି ୬ମାସରେ ସେ ପାଖାପାଖି ୩ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅବକାରୀ ବିଭାଗ ଗ୍ରାହକ ବେଶରେ ନର୍ମଦାଙ୍କ ଠାରୁ ବ୍ରାଉନସୁଗାର କିଣିଥିଲା। ବ୍ରାଉନସୁଗାର ଥିବା ନିଶ୍ଚିତ ହେବା ପରେ ଆଜି ଚଢ଼ଉ କରି ଜବତ କରିଥିଲା। ଭୁବନେଶ୍ବର ଅବକାରୀ ଆଇଆଇସି ବିକାଶ ନାୟକ, ଏସ୍‌ଆଇ ଅଂଶୁମାନ ଜେନା, ଏଏସ୍‌ଆଇ ସୁଜିତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ସାଲିଆସାହିରେ ଆହୁରି ଅନେକ ଲୋକ ଏହିଭଳି ବେଆଇନ୍ ନିଶା କାରବାରରେ ସଂପୃକ୍ତ ଥିବା ଶ୍ରୀ ନାୟକ କହିଛନ୍ତି।

Share Now:

Kalinga News Beuro

Next Post

ହନୁମାନ ପଇସା ରଖିବା କାଳ ହେଲା : ଯୁବକକୁ ପିଟିପିଟି ମାରିଦେଲେ,୪ ଗିରଫ

Wed Aug 11 , 2021
ଦେବଗଡ଼: ହନୁମାନ ପଇସା ରଖିବା କାଳ ହେଲା। ମାଛ ଧରିବା ବାହାନାରେ ଯୁବକଙ୍କୁ ଘରୁ ଡାକିନେଇ ପିଟିପିଟି ହତ୍ୟା କରିଦେଲେ ସେଇ ଗାଁର ୪ ଯୁବକ। ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ରାଇତାଲ ଗ୍ରାମରେ। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ଦେବଗଡ଼ ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ ଏ ‌ନେଇ […]
ହନୁମାନ ପଇସା ପାଇଁ ପିଟିପିଟି ମାରିଦେଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial